୨ ଜଣ ଛାତ୍ରଙ୍କ ଗଳାକାଟି ହତ୍ୟା କଲେ ମାଓବାଦୀ

ସୁକମା: ଛତିଶଗଡ଼ ସୁକୁମା ଅଞ୍ଚଳରେ ମାଓବାଦୀଙ୍କ ବର୍ବର କାଣ୍ଡ। ୨ ଜଣ ଛାତ୍ରଙ୍କ ଗଳାକାଟି ହତ୍ୟା କଲେ ମାଓବାଦୀ। ଏଥିସହ ମୃତଦେହ ନିକଟରେ ଏକ ପୋଷ୍ଟର ଛାଡି ଚାଲି ଯାଇଛନ୍ତି ମାଓବାଦୀ। ମୃତକ ଦୁଇ ଜଣ ହେଲେ ତାତି ହଡମା ଓ ମାଡକାମି ଅର୍ଜୁନ। ପୁଲିସ୍ ଇନଫର୍ମର ସନ୍ଦେହରେ ମିଲପାଲି ଜଙ୍ଗଲରେ ବୀଭତ୍ସ ଭାବେ ଗଳା କାଟି ହତ୍ୟା କରିଥିବା ନେଇ ସୂଚନା ଦେଇଛନ୍ତି ସୁକୁମା ଏସପି।
ଜାଗରକୋଣ୍ଡା ଥାନା ଅନ୍ତର୍ଗତ ମିଲମପାଲ୍ଲି ଜଙ୍ଗଲ ରାସ୍ତାରୁ ୨ ଜଣ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମାଓବାଦୀମାନେ ସେମାନଙ୍କୁ ହତ୍ୟା କରିବା ପରେ ଘଟଣା ସ୍ଥଳରେ କିଛି ହାତ ଲେଖା ପୋଷ୍ଟର ପକାଇ ଯାଇଛନ୍ତି । ଯେଉଁଥିରେ ପୁଲିସ୍ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା କରାଯାଇଥିବା ଉଲ୍ଲେଖ ରହିଛି । ଘଟଣାସ୍ଥଳରେ ଜାଗରକୋଣ୍ଡା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।