ପିପିଲି ଉପନିର୍ବାଚନ: ନିର୍ବାଚନୀ ରାଲି କରିବନି ବିଜେଡି

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମେ ୧୩ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ଏନେଇ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ କମିସନ ବିଜ୍ଞପ୍ତି ଜାରି କରିଛନ୍ତି।
ଏହାରି ମଧ୍ୟରେ ପିପିଲି ଉପନିର୍ବାଚନ ନେଇ ଶାସକ ବିଜେଡି ଦଳ ପକ୍ଷରୁ ଏକ ବଡ ଖବର ସାମ୍ନାକୁ ଆସିଛି। ପିପିଲି ଉପନିର୍ବାଚନରେ ନିର୍ବାଚନୀ ରାଲି କରିବ ନାହିଁ ବିଜୁ ଜନତା ଦଳ। ଏଥିସହ ସାଧାରଣ ସଭା, ରାଲି ନ କରିବା ପାଇଁ ବିଜେଡି ସୁପ୍ରିମୋ ବନୀନ ପଟ୍ଟନାୟକ ଘୋଷଣା କରିଛନ୍ତି।
BJD as a responsible party will not like to put the lives of people in danger. We contest elections to serve people. If the campaign has potential to endanger lives, I would earnestly appeal to political parties & @ECISVEEP to reconsider both the duration & method of campaigning.
— Naveen Patnaik (@Naveen_Odisha) April 19, 2021
ବଢ଼ିଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଲି ବନ୍ଦ ନେଇ ନିଷ୍ପତ୍ତି ନିଆଯାଇଛି। ନିର୍ବାଚନୀ ସଭା, ରାଲି ବନ୍ଦ ନେଇ ଟୁଇଟ ଜରିଆରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
ଆସନ୍ତା ମେ ୧୩ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ଏଥିପାଇଁ ଏପ୍ରିଲ ୨୬ ତାରିଖ ନାମାଙ୍କନ ଭରିବାର ଶେଷ ତାରିଖ। ଏପ୍ରିଲ ୨୭ରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୨୯ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ତାରିଖ ଧାର୍ଯ୍ୟ ହୋଇଛି। ଆସନ୍ତା ମେ ୧୬ ତାରିଖରେ ଭୋଟ୍ ଗଣତି କରାଯାଇ ରେଜଲ୍ଟ ଘୋଷଣା ହେବ ବୋଲି ସିଇଓ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି।