ଝାଡ଼ଖଣ୍ଡରେ ଲକଡାଉନ ଲାଗୁ
ଝାଡ଼ଖଣ୍ଡ: କାୟା ମେଲାଉଛି ମହାମରୀ କରୋନା। ଦିନକୁ ଦିନ ସଂକ୍ରମିତଙ୍କ ହାର ଦ୍ରୁତ ଗତିର ବଢ଼ିବାରେ ଲାଗିଛି। ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। କରୋନା ସଂକ୍ରମଣକୁ ଦୃଷ୍ଟିର ରଖି ଝାଡ଼ଖଣ୍ଡରେ ୮ ଦିନିଆ ଲକଡାଉନ ଲାଗୁ କରିଛନ୍ତି ରାଜ୍ୟ ସରକାର।
ଝାଡ଼ଖଣ୍ଡ ସରକାର ଏପ୍ରିଲ ୨୨ରୁ ୨୯ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି। ଏହା ପୂର୍ବରୁ କରୋନା ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ଦିଲ୍ଲୀ ସରକାର ମଧ୍ୟ ରାଜ୍ୟରେ ୬ ଦିନିଆ ଲକଡାଉନ ଘୋଷଣା କରିଛନ୍ତି।