କରୋନାରେ ଆକ୍ରାନ୍ତ ହେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ କରୋନା ଭାଇରସ୍ରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ପୋଖରିୟାଲ୍ ନିଶଙ୍କ ନିଜେ ଟ୍ୱିଟ୍ କରି ଏ ସମ୍ୱନ୍ଧରେ ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ମୁଁ ଆପଣଙ୍କୁ ସୂଚିତ କରିଦେବାକୁ ଚାହୁଁଛି ଯେ ମୋର କରୋନା ରିପୋର୍ଟ ପଜିଟିଭ୍ ଆସିଛି।
ଡାକ୍ତରଙ୍କ ପରାମର୍ଶ କ୍ରମେ ମୋର ଚିକିତ୍ସା କରାଯାଉଛି। ଯେଉଁ ବ୍ୟକ୍ତିମାନେ ଗତ କିଛିଦିନ ହେବ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସବଧାନତା ଅବଲମ୍ୱନ କରିବା ସହିତ ନିଜର କରୋନା ଟେଷ୍ଟ କରାଇ ନିଅନ୍ତୁ।
ଏଥିସହିତ ଶିକ୍ଷା ମନ୍ତ୍ରଣାଳୟ କାମ ମଧ୍ୟ ସାମାନ୍ୟ ଭାବେ ଜାରି ରହିବ ବୋଲି ସୋ କହିଛନ୍ତି। କରୋନା ମାମଲା ଦେଶରେ କ୍ଷୀପ୍ରଗତିରେ ବଢ଼ିବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର ୨୮,୩୯୫ ନୂଆ ମାମଲା ରେକର୍ଡ କରାଯାଇଛି।
ତେବେ ଗତ କିଛିଦନ ଭିତରେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଜିତେନ୍ଦ୍ର ସିଂହ, କିରଣ ରିଜ୍ଜୁ, ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ଆନନ୍ଦ ଶର୍ମା କରୋନାରେ ସଂକ୍ରମିତ ହୋଇ ସଙ୍ଗରୋଧରେ ରହିଛନ୍ତି।