ଆସାମରେ ୧୮ରୁ ୪୫ ବର୍ଷ ଲୋକଙ୍କୁ ମାଗଣା ଟିକା

ଆସାମ: କରୋନା ମହାମାରୀ କାୟା ମେଲାଉଥିବା ବେଳେ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏହାରି ମଧ୍ୟରେ କରୋନା ଟିକାକରଣ ନେଇ ବଡ ନିଷ୍ପତ୍ତି ନେଇଛନ୍ତି ଆସାମ ସରକାର। ୧୮ରୁ ୪୫ ବର୍ଷ ଲୋକଙ୍କ ପାଇଁ ମାଗଣା ଟିକା ଘୋଷଣା କରିଛି ଆସାମ।
ଆସାମ ସ୍ୱାସ୍ଥ୍ୟମନ୍ତ୍ରୀ ହେମନ୍ତ ବିଶ୍ୱା ସରମା କହିଛନ୍ତି ଯେ, ଗତ ବର୍ଷ ଆସାମ ସ୍ୱାସ୍ଥ୍ୟ ପାଣ୍ଠିରେ ସଂଗୃହୀତ ପାଣ୍ଠି ଟିକା କିଣିବାରେ ବ୍ୟବହୃତ ହେବ। ଏଥିପାଇଁ ଭାରତ ବାୟୋଟେକକୁ ୧ କୋଟି ଡୋଜର ଅର୍ଡର ଦିଆ ସରିଛି।
ଆସାମ ପୂର୍ବରୁ ୟୁପି ସରକାର ମଧ୍ୟ ୧୮ ବର୍ଷରୁ ଅଧିକ ଲୋକଙ୍କୁ ମାଗଣା ଟିକା ଦିଆଯିବା ନେଇ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ଏହା ଘୋଷଣା କରିଛନ୍ତି।