Odisha Link
Bridging the Missing Links in Odisha

ବାତିଲ ହେଲା ମାଟ୍ରିକ୍ ପରୀକ୍ଷା

ଭୁବନେଶ୍ବର: ବାତିଲ ହେଲା ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା। ମାଟ୍ରିକ୍ ପରୀକ୍ଷାକୁ ନେଇ ବଡ଼ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସିବିଏସସି/ଆଇସିଏସସି ମାଟ୍ରିକ୍ ପରୀକ୍ଷା ବାତିଲ ପରେ ରାଜ୍ୟ ବୋର୍ଡ ମଧ୍ୟ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବାତିଲ କରିଛନ୍ତି।କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମାଟ୍ରିକ ପରୀକ୍ଷାକୁ ବାତିଲ କରିଛନ୍ତି। 

ବୋର୍ଡ ଦ୍ୱାରା ନିର୍ଦ୍ଦାରିତ ପଦ୍ଧତିରେ ସେମାନଙ୍କୁ ମାର୍କ ଦିଆଯିବ।  ଏହି ପରୀକ୍ଷା ଫଳରେ ଯେଉଁମାନେ ଅସହମତି ପ୍ରକାଶ କରିବେ,  ସେମାନେ କରୋନା ମହାମାରୀ କମିବା ପରେ ବୋର୍ଡ଼ ଦ୍ୱାରା ନିର୍ଦ୍ଧାରିତ ତାରିଖରେ ପରୀକ୍ଷା ଦେଇପାରିବେ। ଏନେଇ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ।

ଗତକାଲି ନବୀନ ନିବାସ ସମ୍ମୁଖରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ବାତିଲ ନେଇ ଦାବି କରିଥିଲେ। ପରୀକ୍ଷା ଦ୍ୱନ୍ଦ୍ୱ ଦୂର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିବା ପାଇଁ ଛାତ୍ରଛାତ୍ରୀ ପହଞ୍ଚିଥିଲେ। ବର୍ତ୍ତମାନ ସ୍ଥିତିକୁ ଦେଖି ପରୀକ୍ଷା ବାତିଲ ଘୋଷଣା କରିବାକୁ ଦାବି କରିଥିଲେ।

ଛାତ୍ରଛାତ୍ରୀମାନେ ଗଣଶିକ୍ଷାମନ୍ତ୍ରୀଙ୍କୁ ଭେଟି ଅନୁରୂପ ଦାବି କରିଥିଲେ। କରୋନା ସମୟରେ ପରୀକ୍ଷା ହେବ କି ନାହିଁ। ଯଦି ହେବ ତେବେ ଅନଲାଇନରେ ହେବ କି ଅଫଲାଇନରେ ହେବ ସେ ସମ୍ପର୍କିତ ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଛାତ୍ରଛାତ୍ରୀ ଦାବି କରିଥିଲେ।

Leave A Reply

Your email address will not be published.