୫ ଦିନ ବନ୍ଦ ରହିବ ସମ୍ବଲପୁର ବିଶ୍ୱବିଦ୍ୟାଳୟ

ସମ୍ବଲପୁର: ଆଜିଠୁ ବନ୍ଦ ରହିବ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ। ସମ୍ବଲପୁର ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଏଭଳି ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ। ଆଜିଠୁ ୫ ଦିନ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟକୁ ବନ୍ଦ କରିବା ପାଇଁ କହିଛନ୍ତି କର୍ତ୍ତୃପକ୍ଷ।
୨୧ ଏପ୍ରିଲରୁ ୨୫ ଏପ୍ରିଲ ଯାଏ ବନ୍ଦ ରହିବ ସମ୍ବଲପୁର ବିଶ୍ୱବିଦ୍ୟାଳୟ। ୨୫ ତାରିଖ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ସମସ୍ତ କାର୍ଯ୍ୟକ୍ରମ ବନ୍ଦ ରହିବ ବୋଲି ନୋଟିସ ମାଧ୍ୟମରେ ଉଲ୍ଲେଖ କରିଛନ୍ତି ବିଶ୍ୱବିଦ୍ୟାଳୟର କୁଳପତି ସଂଜିବ ମିତଲ।
ଲଗାତର କିଛି ଦିନ ହେବ କୋଭିଡ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ପୂର୍ବରୁ ମଧ୍ୟ କୋଭିଡ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବା ବେଳେ ବନ୍ଦ ପାଇଁ ନିଷ୍ପତି ନିଆଯାଇଥିଲା। ଗତକାଲି ସଂକ୍ରମିତ ଚିହ୍ନଟ ହେବାପରେ ଆଜି ଏ ନେଇ ସୂଚନା ଦେଇଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ।