କରୋନା ରୋଗୀଙ୍କୁ ଅକ୍ସିଜେନ୍ ଯୋଗାଇବ ଟାଟା ଗ୍ରୁପ୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହାର ବଢିବାରେ ଲାଗିଛି। ଦେଶର ଅଧିକାଂଶ ହସ୍ପିଟାଲରେ ଏବେ ଅକ୍ସିଜେନ୍ ସିଲିଣ୍ଡର କମ୍ ଥିବା ସବୁଠାରୁ ବଡ୍ ସମସ୍ୟା ପାଲଟିଛି। ଏହି ଅକ୍ସିଜେନର ସମସ୍ୟା ଦୂର କରିବା ପାଇଁ ସାହାର୍ଯ୍ୟର ହାତ ବଢାଇଛନ୍ତି ରତନ ଟାଟା।
ରତନ ଟାଟାଙ୍କ ଏଭଳି ନିଷ୍ପତ୍ତି ପରେ ରତନଙ୍କୁ ଛୁଟିଛି ପ୍ରଶଂସାର ସୁଅ। ଏଥିସହ ଟ୍ୱିଟରେ #ThisIsTata ଟ୍ରେଣ୍ଡ କରିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ମୋଦି ନିଜେ ଟ୍ୱିଟ୍ କରି ଅଶେଷ ଧନ୍ୟବାଦ ଜଣାଇଛନ୍ତି। ଅକ୍ସିଜେନ୍ ଅଭାବକୁ ଦୂର କରିବାକୁ ରତନ ଟାଟା ୨୪ କ୍ରାୟୋଜୋନିକ୍ କଣ୍ଟେନର ଆମଦାନୀ କରିବାର ନିଷ୍ପତ୍ତି ନେଇଛନ୍ତି। କୁହାଯାଉଛି ଯେ, ଏହାଦ୍ବାରା ଦେଶରେ ଅକ୍ସିଜେନ୍ ସିଲିଣ୍ଡରର ଅଭାବ ଦୂର ହୋଇପାରିବ।
The Tata group is importing 24 cryogenic containers to transport liquid oxygen and help ease the oxygen shortage in the country. #ThisIsTata@PMOIndia @narendramodi @AmitShah
— Tata Group (@TataCompanies) April 20, 2021
ଏନେଇ ଟାଟା ଗ୍ରୁପ ନିଜର ଅଫିସିଆଲ ଟୁଇଟର ଆକାଉଣ୍ଟୁରୁ ଲେଖା ହୋଇଛି ଯେ , ଭାରତର ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅପିଲ୍ ପ୍ରଶଂସନୀୟ। ଟାଟା ଗ୍ରୁପ କୋଭିଡ୍ -୧୯ ବିରୋଧରେ ଲଢେଇକୁ ଆହୁରି ଦୃଢ କରିବାକୁ ସବୁ ପ୍ରକାର ଚେଷ୍ଟା କରୁଛି। ଅକ୍ସିଜେନ୍ ସମସ୍ୟା ଦୂର କରିବା, ସ୍ୱାସ୍ଥ୍ୟ ପାଇଁ ମୌଳିକ ଭିତ୍ତିଭୂମୀକୁ ପ୍ରୋତ୍ସହନ ଦେବାକୁ ଚେଷ୍ଟ ମଧ୍ୟ ଜାରି ରଖିଛୁ। ସେହିପରି ଆଉ ଏକ ଟ୍ୱିଟ୍ କରି କମ୍ପାନୀ ଲେଖିଛି କି, ଟାଟା ଗ୍ରୁପ ତରଳ ଅକ୍ସିଜେନ୍ ପାଇଁ ୨୪ କ୍ରାୟୋଜୋନିକ୍ କଣ୍ଟେନର ଆମଦାନୀ କରିବା ପାଇଁ ଯାଉଛି।