ଘରୋଇ କଳିରେ ଅତିଷ୍ଠ ହୋଇ ନଦୀକୁ ଡେଇଁଲେ ମହିଳା, ତାପରେ…
ଗୁରୁବାର ସକାଳୁ ସକାଳୁ କୌଣସି କାରଣ ବସତଃ ଘରେ ପାଟିତୁଣ୍ଡ ହୋଇଥିଲା।

ରାଉରକେଲା: ଗୁରୁବାର ସକାଳୁ ସକାଳୁ ରାଉରକେଲାରେ ଘଟିଛି ଅଭାବନୀୟ ଘଟଣା। ଘରୋଇ କଳିରେ ଅତିଷ୍ଠ ହୋଇ ଆଜି ସକାଳୁ ବ୍ରାହ୍ମଣୀ ନଦଦିରୁ ଡେଇଁ ଜୀବନ ହାରିବାକୁ ଉଦ୍ୟମ କଲେ ମହିଳା। କିଛି ସମୟ ପରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଗୁରୁତର ଥିବା ମହିଳାଜଣକ ସୁଧା ଲୋହାର ବୋଲି ସୂଚନା ରହିିଛି।
ମିଳିଥିବା ସୂଚନା ମୁତାବିକ, ବ୍ରାହ୍ମଣୀ ତରଙ୍ଗ ଥାନା ସିଣ୍ଟୋଲାରେ ବସବାସ କରନ୍ତି ସୁଧା ଲୋହାର ଓ ତାଙ୍କ ସ୍ବାମୀ ମନୋଜ ଲୋହାର। ଗୁରୁବାର ସକାଳୁ ସକାଳୁ କୌଣସି କାରଣ ବସତଃ ଘରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ଉତ୍ୟକ୍ତ ହୋଇ ସୁଧା ଘରୁ ବାହାରି ପଳାଇଥିଲେ ସୁଧା। ପରେ ମହିଳାଜଣକ ରାଉରକେଲା ବ୍ରାହ୍ମଣୀ ବ୍ରିଜରୁ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ।
ଏହାପରେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ରଘୁନାଥପାଲି ଥାନା ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।