ନିଶାଦେଇ ତଣ୍ଟି ଚିପିଥିଲା ପ୍ରେମିକ
ରାକେଶ ବାଇକ୍ କିଣିବା ପାଇଁ ଝରାଫୁଲ ଠାରୁ ୩୦ ହଜାର ଟଙ୍କା ଧାର ନେଇଥିଲା। ଝରାଫୁଲ ଏ ଟଙ୍କା ଫେରାିବା ପାଇଁ ରାକେଶକୁ ବାରମ୍ବାର ତାଗିଦ୍ କରିଥିଲା। ତେବେ ଏଥିରେ ଅତିଷ୍ଠ ରାକେଶ ଝରାଫୁଲଙ୍କୁ ବାଟରୁ ହଟାଇବା ପାଇଁ ଯୋଜନା କରିଥିଲା। ରାକେଶ ଝରାଫୁଲକୁ ହତ୍ୟା କରିଥିବା କଥା ପୁଲିସ ଆଗରେ ସ୍ବୀକାର କରିଛି।
ଭୁବନେଶ୍ବର: ବହୁଚର୍ଚ୍ଚିତ ଝରାଫୁଲ ହତ୍ୟାକାଣ୍ଡ ଉପରୁ ପରଦା ହଟିଛି। ମୁଖ୍ୟ ଅଭିଯୁକ୍ତ ଝରାଫୁଲଙ୍କର ପୁରୁଷ ବନ୍ଧୁ ରାକେଶ ସ୍ବାଇଁ ପୂର୍ବରୁ ଗିରଫ ହୋଇଥିବା ବେଳେ ଆଜି ତା’ର ଆଉଜଣେ ସହଯୋଗୀ ଗିରଫ ହୋଇଛି। ଟଙ୍କା ଲୋଭରେ ଉଭୟେ ଝରାଫୁଲକୁ ପ୍ରଥମେ ନିଶା ପିଆଇବ ପରେ ଶ୍ବାସରୁଦ୍ଧ କରି ହତ୍ୟା କରିଥିଲେ ବୋଲି ପୁଲିସ ସୂଚନା ଦେଇଛି।
ଯାଜପୁର ଓ ଭୁବନେଶ୍ବର ପୁଲିସ ମିଳିତ ଉଦ୍ୟମରେ ଆଜି ଭୁବନେଶ୍ବର ସାଇମନ୍ଦିର ନିକଟରୁ ଶକ୍ତିଶେଖର ସ୍ବାଇଁ ନାମକ ଆଉ ଜଣେ ଅଭିଯୁକ୍ତ ଆଜି ଗିରଫ ହୋଇଛି। ଘଟଣା ପରଠାରୁ ସେ ଫେରାର୍ ଥିଲା। ସେ ରାକେଶର ସାଙ୍ଗ। ରାକେଶ ବାଇକ୍ କିଣିବା ପାଇଁ ଝରାଫୁଲ ଠାରୁ ୩୦ ହଜାର ଟଙ୍କା ଧାର ନେଇଥିଲା। ଝରାଫୁଲ ଏ ଟଙ୍କା ଫେରାିବା ପାଇଁ ରାକେଶକୁ ବାରମ୍ବାର ତାଗିଦ୍ କରିଥିଲା। ତେବେ ଏଥିରେ ଅତିଷ୍ଠ ରାକେଶ ଝରାଫୁଲଙ୍କୁ ବାଟରୁ ହଟାଇବା ପାଇଁ ଯୋଜନା କରିଥିଲା। ରାକେଶ ଝରାଫୁଲକୁ ହତ୍ୟା କରିଥିବା କଥା ପୁଲିସ ଆଗରେ ସ୍ବୀକାର କରିଛି।
ଜାନୁଆରୀ ୨୫ ତାରିଖରେ ରମାଦେବୀ ଛାତ୍ରୀ ତଥା ମୟୁରଭଞ୍ଜ ବାସିନ୍ଦା ଝରାଫୁଲ ନାୟକ ଭୁବନେଶ୍ୱରରେ ରହୁଥିବା ଧରମ ବାପା ଚକ୍ରଧରଙ୍କ ଝିଅ ଜନ୍ମଦିନ ପାର୍ଟିରେ ଯୋଗଦେବାକୁ ଗାଁରୁ ଆସିଥିଲେ। ୨୬ ତାରିଖରେ ପୂର୍ବାହ୍ନ ୧୧ଟା ବେଳେ ଜୟଦେବ ବିହାରରେ ଝରାଫୁଲଙ୍କୁ ଯଶିପୁର ଯାଉଥିବା ଝାଡେଶ୍ୱର ବସ୍ରେ ବସାଇଥିଲେ ଚକ୍ରଧର। କିନ୍ତୁ ଅସୁସ୍ଥ ଥିବା ଦର୍ଶାଇ ଝରାଫୁଲ ବାଣୀବିହାର ଛକରେ ଓହ୍ଲାଇ ପଡ଼ିଥିଲେ।
ପୂର୍ବ ଯୋଜନା ଅନୁଯାୟୀ ରାକେଶ ଝରାଫୁଲଙ୍କୁ ଭୁବନେଶ୍ବରରେ ଏଣେତେଣେ ବୁଲାଇବା ପରେ ଖଣ୍ଡଗିରି ସ୍ଥିତ ଏକ ଓୟୋ ହୋଟେଲରେ ଉଭୟେ ରାତ୍ରିଯାପନ କରିଥିଲେ। ସେଠାରେ ଉଭୟ ମଦ୍ୟପାନ କରିବା ପରେ ଝରାଫୁଲଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା କରିଥିଲା ରାକେଶ। ପାହାନ୍ତାରୁ ରାକେଶ ନିଜର ସାଙ୍ଗ ଶକ୍ତିଶେଖକୁ ଡାକିଥିଲେ। ଉଭୟେ ଝରାଫୁଲଙ୍କ ଶବକୁ ସ୍କୁଟିରେ ଧରି ଝରାଫୁଲଙ୍କ ଗାଁ ପାଖରେ ଫିଙ୍ଗିଦେବା ଉଦ୍ଦେଶ୍ୟରେ ଭୁବନେଶ୍ବରରୁ ବାହାରିଥିଲେ।
ତେବେ ବାଟରେ ଝରାଫୁଲଙ୍କ ଗୋଡ଼ ତଳେ ଘୁଷୁରିବାରୁ ତାହା ଯାତ୍ରୀଙ୍କ ଦ୍ୟଷ୍ଟି ଆକର୍ଷଣ କରିଥିଲା। ଲୋକଙ୍କ ସନ୍ଦେହରୁ ବର୍ତ୍ତିବା ପାଇଁ ଉଭୟ ଅଭିଯୁକ୍ତ ଝରାଫୁଲଙ୍କ ଶବକୁ ବାଟରେ ଫିଙ୍ଗିଦେବା ଯୋଜନା କରିଥିଲେ। ସେମାନେ ଯାଜପୁର ଜିଲ୍ଲାରେ ଜାତୀୟ ରାଜପଥରୁ ଭିତରକୁ ଯାଇ ଝରାଫୁଲଙ୍କ ଶବକୁ ଫିଙ୍ଗି ଦେଇଥିଲେ।
ଜାନୁଆରୀ ୨୭ ତାରିଖ ସକାଳେ ଝରାଫୁଲଙ୍କ ମୃତଦେହ ଯାଜପୁର କୁଆଖିଆ ନିକଟ ମୂଳାପାଳ ଛକ-ରାଜେନ୍ଦ୍ରପୁର ରାସ୍ତା କଡ଼ରୁ ମିଳିଥିଲା।