ଜୁନରେ +୨ ପରୀକ୍ଷା ନେଇ ନିଷ୍ପତ୍ତି

ଭୁବନେଶ୍ୱର: +୨ ପରୀକ୍ଷା ବାତିଲ ନେଇ ଛାତ୍ରଛାତ୍ରୀଙ୍କ ଧାରଣା। ଗତକାଲି ମାଟ୍ରିକ ପରୀକ୍ଷା ବାତିଲ ପରେ ଆଜି +୨ ପରୀକ୍ଷା ବାତିଲ ନେଇ +୨ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି। ଭୁବନେଶ୍ୱର ଲୋୟର ପିଏମଜିରେ +୨ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ। +୨ ପରୀକ୍ଷା ନେଇ ଜୁନ ମାସରେ ନିଷ୍ପତ୍ତି ନିଆଯିବ। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।
ଏଥିସହ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, +୨ ପରୀକ୍ଷାର୍ଥୀ ପାଠପଢାରେ ମନ ଦିଅନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଜୁନରେ ପରୀକ୍ଷା ନିଷ୍ପତ୍ତି ନିଆଯିବ। ଦଶମ ଶ୍ରେଣୀ ପରୀକ୍ଷା ବାତିଲ କରିବାକୁ ସରକାରଙ୍କ ଇଚ୍ଛା ନଥିଲା। ଅବସ୍ଥା ଏପରି ହେଲା ଆମେ ପରୀକ୍ଷା କରିବାକୁ ବାଧ୍ୟ ହେଲୁ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।
ପ୍ରକାଶ ଯେ, ସିବିଏସଇ ଓ ସିଆଇଏସସିଇ ବୋର୍ଡ ଦଶମ ଶ୍ରେଣୀ ପରୀକ୍ଷା ବାତିଲ ପରେ ଓଡ଼ିଶା ସରକାର ଗତକାଲି ମାଟ୍ରିକ ପରୀକ୍ଷାକୁ ବାତିଲ କରିଥିଲେ। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ମାଟ୍ରିକ ପରୀକ୍ଷାକୁ ବାତିଲ କରିଥିଲେ।