ଗଞ୍ଜାମରେ ବିରଳ ଓ ବିଚିତ୍ର ଶିଶୁୁକନ୍ୟା ଜନ୍ମ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଜନ୍ମ ନେଇଛି ଏକ ବିରଳ ଓ ବିଚିତ୍ର ଶିଶୁୁକନ୍ୟା। ଶିଶୁଟିର ମୁହଁ ଅଦ୍ଭୁତ ଦିଶୁଥିବା ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତି ୨ଟା ୪୦ ମିନିଟ୍ରେ ଶିଶୁ କନ୍ୟାଟି ବ୍ରହ୍ମପୁର ମେଡିକାଲରେ ଜନ୍ମ ନେଇଛି।
କୁହାଯାଉଛି ଯେ, ପ୍ରାୟ ୫ରୁ ୧୦ ଲକ୍ଷ ଶିଶୁଙ୍କ ମଧ୍ୟରୁ ଏଭଳି ଜଣେ ଶିଶୁର ଜନ୍ମ ହୋଇଥାଏ। ମେଡିକାଲ ଶବ୍ଦରେ ଏହାକୁ Harlequin Ichthyosis ବୋଲି କୁହାଯାଉଛି। ଏହା severe ଜିନେଟିକ୍ ଡିସଅର୍ଡର ଅଟେ। ଯାହା ଶରୀରର ଚର୍ମ ଉପରେ ପ୍ରଭାବ ପକାଇଥାଏ।
ଏହାଦ୍ୱାରା ନବଜାତ ଶିଶୁର ଶରୀର ମୋଟା ଚର୍ମ ଆଚ୍ଛାଦିତ ହୋଇ ଏହା କ୍ରମଶଃ ଫାଟି ଯାଏ। ଏପରିକି ଏହି ମୋଟା ଚର୍ମ ଟାଣି ହୋଇ ମୁହଁକୁ ବିକୃତ ମଧ୍ୟ କରି ଦେଇଥାଏ। ଫଳରେ ମୁହଁ ଅଦ୍ଭୁତ ପ୍ରକାର ଦିଶିଥାଏ। ଯାହାଦ୍ୱାରା ଶିଶୁଟି ନିଶ୍ୱାସପ୍ରଶ୍ୱାସ ଓ ଖାଦ୍ୟ ଖାଇବାରେ ଅସୁବିଧା ସୃଷ୍ଟି ହୋଇଥାଏ। ଏଭଳି ଶିଶୁର ଜନ୍ମ ପରେ ବଞ୍ଚିବା ଆଶା କ୍ଷୀଣ ରହିଥାଏ। ତେବେ ଗତକାଲି ବ୍ରହ୍ମପୁର ମେଡିକାଲରେ ଜନ୍ମିତ ବିରଳ ଶିଶୁଟି ବର୍ତ୍ତମାନ ଜୀବିତ ଥିବା ସୂଚନା ମିଳିଛି।