କଳିଙ୍ଗନଗରରୁ ଆନ୍ଧ୍ର ଓ ମହାରାଷ୍ଟ୍ରକୁ ଗଲା ଅକ୍ସିଜେନ
ଯାଜପୁର: କଳିଙ୍ଗନଗର ଟାଟାଷ୍ଟିଲ କାରଖାନାରୁ ଗଡ଼ିଲା ଅକ୍ସିଜେନ୍ ଗାଡ଼ି। ଯାଜପୁର ପୋଲିସର ଏସ୍କର୍ଟରେ ତିନୋଟି ଅକ୍ସିଜେନ ଟ୍ୟାଙ୍କର ମହାରାଷ୍ଟ୍ରର ପୁନେ ଓ ଆନ୍ଧ୍ରପଦେଶର ବିଶାଖପାଟଣା ଗସ୍ତ କରିଛି। ସାରା ଦେଶରେ ଅକ୍ସିଜେନର ଅଭାବ ଯୋଗୁଁ କରୋନା ରୋଗୀଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି।
ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଳିଙ୍ଗନଗର ଟାଟା ଷ୍ଟିଲ ଅକ୍ସିଜେନ ଯୋଗାଇବ ବୋଲି ଘୋଷଣା କରିଥିଲେ। ଯାଜପୁର ପୋଲିସର ସୁରକ୍ଷା ମଧ୍ୟରେ ଏହି ଅକ୍ସିଜେନ ଭ୍ୟାନ ପଠାଯାଇଥିବା ସୁଚନା ଦେଇଛନ୍ତିି ଯାଜପୁର ଏସପି ରାହୁଲ ପି.ଆର।
ଅନ୍ୟପଟେ ଅକ୍ସିଜେନ ଅଭାବ ଭିତରେ ବିଶାଖପାଟଣାରୁ ମହାରାଷ୍ଟ୍ର ଅଭିମୁଖେ ଗଡିଛି ପ୍ରଥମ ଅକ୍ସିଜେନ ଏକ୍ସପ୍ରେସ। ଏହି ଅକ୍ସିଜେନ ଏକ୍ସପ୍ରେସରେ ୭ଟି ଟ୍ୟାଙ୍କରରେ ଅକ୍ସିଜେନ ପଠାଯାଇଛି। ପ୍ରତି ଟ୍ୟାଙ୍କରରେ ରହିଛି ୧୫ ଟନ ଲେଖାଏଁ ତରଳ ମେଡିକାଲ ଅକ୍ସିଜେନ।
ଗତକାଲି ସନ୍ଧ୍ୟାରେ ବିଶାଖପାଟନମର ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡରୁ ମହାରାଷ୍ଟ୍ର ଅଭିମୁଖେ ଯାତ୍ରା କରିଛି। ଏହା ପଶ୍ଟିମ ଭାରତର ବିଭିନ୍ନ ଅଞ୍ଚଳର ଡାକ୍ତରଖାନା ଓ କରୋନା ରୋଗୀଙ୍କ ପାଇଁ ସହାୟକ ହେବ। ମହାରାଷ୍ଟ୍ର କାମ୍ବୋଲି ଗୁଡସ-ସେଡରୁ ୭ଟି ଖାଲି ଟ୍ୟାଙ୍କର ଗତକାଲି ସକାଳେ ବିଶାଖପାଟନମ ପହଞ୍ଚିଥିଲା। ଏହାପରେ ସେହି ଖାଲି ଟ୍ୟାଙ୍କରରେ ଏକ୍ସିଜେନ ଭର୍ତି କରାଯିବା ପରେ ମହାରାଷ୍ଟ୍ର ଅଭିମୁଖେ ଯାତ୍ରା କରିଛି।