Odisha Link
Bridging the Missing Links in Odisha

ଟୁଇନ୍ ସିଟିରେ କଡାକଡି ହେବ ସଟଡାଉନ: ଅମାନିଆଙ୍କୁ ଜଗିବେ ୨୦ ପ୍ଲାଟୁନ୍ ଫୋର୍ସ, ୧୫୦ ଅଫିସର

ଭୁବନେଶ୍ବର: ଆସନ୍ତାକାଲିଠୁ ଟୁଇନ୍ ସିଟିରେ ଲାଗୁ ହେବ ସଟଡାଉନ। ଟୁଇନ୍ ସିଟିରେ କଡାକଡି ହେବ ସଟଡାଉନ ଏନେଇ ଆଜି ଜନସାଧାରଣଙ୍କୁ ସତର୍କ କରାଇବା ସହିତ ନିୟମ ଅନୁପାଳନ କରିବାକୁ ପରାମର୍ଶ ଦେଇଛନ୍ତି ପୋଲିସ ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ। ଆସନ୍ତାକାଲିଠୁ ଦୁଇ ଦିନ ଧରି ଟୁଇନସିଟିରେ ସଟଡାଉନ୍ କଟକଣା ରହିବ।

ସଟଡାଉନ୍‌ ସମୟରେ କଡାକଡି ଚେକିଂ କରାଯିବ। ସଟଡାଉନକୁ ଆଖି ଆଗର ରଖି କମିଶନରେଟ୍ ପୋଲିସ ପକ୍ଷରୁ ଆବଶ୍ୟୀକୀୟ ପଦକ୍ଷେପ ଗ୍ରହଣ କରାଯାଇଛି। କଟକରେ ୧୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବାକୁ ଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଚେକିଂ କଡାକଡି ପାଇଁ ୨୦ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୧୫୦ ଅଫିସର ନିଯୁକ୍ତ ହେବେ।

ପୋଲିସ ଭ୍ୟାନ ଟୁଇନସିଟିରେ ଚକ୍କର କାଟି ଚେକିଂ ଯାଞ୍ଚ କରିବ ବୋଲି ପୋଲିସ ସିପି ପ୍ରେସମିଟ କରି ସୂଚନା ଦେଇଛନ୍ତି। ତେଣୁ ସମସ୍ତେ ନିୟମ ଅନୁପାଳନ କରିବା ସହିତ ପୋଲିସଙ୍କୁ ସାହାଯ୍ୟ କରିବାକୁ ସିପି ଅନୁରୋଧ କରିଛନ୍ତି।

ଅନ୍ୟପଟେ ସରକାରଙ୍କ ନିର୍ଦ୍ଦେଶ ମୁତାବକ ସକାଳ ୫ଟାରୁ ୬ ଯାଏଁ ଲୋକମାନେ ମଣ୍ଣିଂ ୱାକ୍ କରିବାକୁ ସୁଯୋଗ ପାଇବେ ।ଏବଂ ସଟଡାଉନରୁ ବାଦ ପଡିଥିବା ଲୋକମାନେ ମଧ୍ୟ ସେମାନଙ୍କର ଆବଶ୍ୟକୀୟ ପରଚୟ ପତ୍ର ଦେଇ ଯା ଆସ କରିପାରିବେ ବୋଲି ପୋଲିସ କମିଶନର କହିଛନ୍ତି।

Leave A Reply

Your email address will not be published.