Odisha Link
Bridging the Missing Links in Odisha

ଟ୍ରାକ୍ଟର ଓ ବାଇକ ଧକ୍କା, ଚାଲିଗଲା ୩ ଜୀବନ

ବାଲିଗୁଡା: ବାଲିଗୁଡ଼ା କୋଟପଡି ଛକ ନିକଟରେ ଗତକାଲି ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ଜୀବନ ଚାଲି ଯାଇଛି। ରାତି ପ୍ରାୟ ୯.୩୦ରେ ଘଟିଛି ଏହି ଦୁର୍ଘଟଣା। ଦ୍ରୁତଗତିରେ ପରସ୍ପର ବିପରୀତ ଦିଗରୁ ଆସୁଥିବା ଟ୍ରାକ୍ଟର ଓ ବାଇକ ମଧ୍ୟରେ ଧକ୍କା ଲାଗିବା ଫଳରେ ଦୁର୍ଘଟଣା ସ୍ଥଳରେ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିଲା।

ଅନ୍ୟ ଜଣେ ହସପିଟାଲରେ ପ୍ରାଣ ହରାଇଛନ୍ତି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକ ଆରୋହୀଙ୍କ ମଧ୍ୟରୁ ଜଣକର ହାତ ଟ୍ରାକ୍ଟର ଡାଲାରେ ବାଜି ଶରୀରରୁ ସଂପୂର୍ଣ୍ଣ ଅଲଗା ହୋଇଯାଇଥିଲା। ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ସେଠାରୁ ଖସି ପଳାଇଯାଇଥିଲା।

ମିଳିଥିବା ସୂଚନା ଅନୁସାରେ, ରାତି ୯ଟାରୁ ରାତ୍ରିକାଳୀନ କର୍ଫ୍ୟୁ ଆରମ୍ଭ ହେଉଥିବାରୁ ନିର୍ମାଣ ସାମଗ୍ରୀ ବୋଝେଇ କରି ଏକ ଟ୍ରାକ୍ଟର ଦ୍ରୁତଗତିରେ ବାଲିଗୁଡା ଆଡକୁ ଆସୁଥିଲା। ବାଲିଗୁଡ଼ା ପଟୁ ଏକ କଳା ପଲ୍‍ସର ବାଇକରେ ତିନିଜଣ ବିଗାପଦର ଆଡକୁ ଯାଉଥିବାବେଳେ କୋଟପଡି ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ବାଲିଗୁଡ଼ା ପୁଲିସ ଓ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ଟ୍ରାକ୍ଟରକୁ ଜବତ କରିବା ସହିତ ମୃତାହତଙ୍କୁ ଉଦ୍ଧାର କରି ହସପିଟାଲକୁ ପଠାଇଥିଲେ। ମୃତକଙ୍କ ପରିଚୟ ମିଳିଛି। ସେମାନେ ହେଲେ ବିଗାପଦର ଗାଁର ରାଧେକୃଷ୍ଣ ପୂଜାରୀ, ଦଶରଥ ବିଶିମାଝି ଓ ସାଗର ଦିଗାଲ।

Leave A Reply

Your email address will not be published.