ବମ୍ଫକୁଦ ନିକଟରେ ଓଲଟିଲା ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ୍

ଭୁବନେଶ୍ବର: ଭୁବନେଶ୍ୱରରୁ କଟକ ଯାଉଥିବା ସମୟରେ ଗ୍ୟାସ୍ ବୋଝେଇ ଟ୍ରକ ଓଲଟି ପଡ଼ିଛି। ଫୁଲନଖରା ନିକଟ ବମ୍ଫକୁଦ ନିକଟରେ ଓଲଟିଲା ଏଚପି ଗ୍ୟାସ୍ ଟାଙ୍କି ବୋଝେଇ ଗାଡ଼ି। ଗତକାଲି ବିଳମ୍ୱିତ ରାତିରେ ଘଟିଛି ଏପରି ଦୁର୍ଘଟଣା ।
କଟକ ଭୁବନେଶ୍ୱର ୧୬ ନଂବର ଜାତୀୟ ରାଜପଥରେ ଫୁଲନଖରା ନିକଟ ବମ୍ଫକୁଦ ନିକଟରେ ଏଚପି ଗ୍ୟାସ୍ ଟ୍ୟାଙ୍କି ବୋଝେଇ ଗାଡି ଓଲଟି ପଡିଛି। ଟ୍ରକଟି ରାସ୍ତା କଡରେ ଥିବା ଏକ ପରିବା ଦୋକାନ ଉପରେ ଓଲଟି ପଡିଥିଲା। ଫଳରେ ଦୋକାନଟି ପୁରା ନଷ୍ଟ ହୋଇଯାଇଛି।
ଅନୁମାନ କରାଯାଉଛି, ଟ୍ରକ୍ ଡ୍ରାଇଭରର ଆଖି ଲାଗି ଯିବାରୁ ଭାରସାମ୍ୟ ହରାଇ ଏଚପି ଗ୍ୟାସ୍ ଟାଙ୍କି ବୋଝେଇ ଗାଡ଼ିଟି ଓଲଟି ପଡିଛି।