ମେ’ ୧୫ ଯାଏଁ ଭକ୍ତଙ୍କ ପାଇଁ ବନ୍ଦ ହେଲା ଶ୍ରୀମନ୍ଦିର
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଉପରେ କଟକଣା ଲଗାଇଲା ପ୍ରଶାସନ
ପୁରୀ: ରାଜ୍ୟରେ ଅଣାୟତ୍ତ ହେଉଛି କରୋନା ସ୍ଥିତି। ଯାହାକୁ ନଜରରେ ରଖି ବଡ଼ ନିଷ୍ପତ୍ତି ନେଲା ଶ୍ରୀମନ୍ଦିର ପ୍ରଶାସ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଉପରେ କଟକଣା ଲଗାଇଲା ପ୍ରଶାସନ। ମେ’୧୫ ଯାଏଁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା।
ଆଜି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଛତିଶା ନିଯୋଗର ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଯୋଗଦେଇଥିବା ସେବାୟତମାନେ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ପାଇଁ ଦାବି କରିଥିଲେ। କରୋନା ସଂକ୍ରମଣ ବଢୁଥିବାରୁ ସେବାୟତମାନେ ଏଭଳି ଦାବି କରିଥିଲେ। ଯାହା ଫଳରେ ମେ’ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଛି।
ଏହି କଟକଣା ନେଇ ଶ୍ରୀମମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନିର୍ବିଘ୍ନ ନୀତିକାନ୍ତି ନିମନ୍ତେ ସେବାୟତଙ୍କ ସୁସ୍ଥତା ପାଇଁ ଦର୍ଶନ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି। ତେବେ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିଲେ ବି ଦୈନିକ ନୀତିକାନ୍ତି ଚାଲୁ ରହିବ।