Odisha Link
Bridging the Missing Links in Odisha

ସଂଞ୍ଜିବନୀ ଯୋଗାଉଛି ଓଡ଼ିଶା,ବିଭିନ୍ନ ରାଜ୍ୟକୁ ଗଲାଣି ୬୭ଟି ଅକ୍ସିଜେନ ଟ୍ୟାଙ୍କର

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ବିଭିନ୍ନ ରାଜ୍ୟରେ ଅକ୍ସିଜେନର ଅଭାବ ଦେଖିବାକୁ ମିଳୁଛି। ଅକ୍ସିଜେନର ଅଭାବରୁ ବହୁ ଲୋକଙ୍କର ମୃତ୍ୟୁ ହେଉଛି। ଏହି ସମୟରେ ଅକ୍ସିଜେନ ସଙ୍କଟକୁ ଦୂର କରିବା ପାଇଁ ବିଭିନ୍ନ ରାଜ୍ୟକୁ ସମୟତାର ହାତ ବଢ଼ାଇଛି ଓଡ଼ିଶା।

ଏପର୍ଯ୍ୟନ୍ତ ୬୭ଟି ଅକ୍ସିଜେନ ଟ୍ୟାଙ୍କର ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ଓଡ଼ିଶା ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ୬୭ଟି ଟ୍ୟାଙ୍କରରେ ସମୁଦାୟ ୧୨୬୮ ମେଟ୍ରିକ ଟନ ଅକ୍ସିଜେନ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ରାଉରକେଲା, ଯାଜପୁର, ଢେଙ୍କାନାଳ ଓ ଅନୁଗୁଳରୁ ଅମ୍ଳଜାନ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ଯାଇଥିବାବେଳେ ଓଡ଼ିଶା ପୁଲିସ ପକ୍ଷରୁ ସ୍ୱତନ୍ତ୍ର କର୍ଡନ କରି ଟ୍ୟାଙ୍କର ଗୁଡିକୁ ଛଡାଯାଉଛି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମୁତାବକ ଏଡିଜି ଯଶବନ୍ତ ଜେଠୱାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ସେଲ ଗଠନ କରାଯାଇ କିଭଳି ଅକ୍ସିଜେନ ଟ୍ୟାଙ୍କର ଗୁଡିକ ପ୍ଲାଣ୍ଟରୁ ବାହାରି ସୁରୁଖୁରୁରେ ଗନ୍ତବ୍ୟ ସ୍ଥଳରେ ଯାଇପାରିବ ସେ ନେଇ ପଦକ୍ଷେପ ନିଆଯାଉଛି। ଯେଉଁ ସବୁ ଜିଲ୍ଲା ଦେଇ ଟ୍ୟାଙ୍କରଗୁଡିକ ଯାଉଛନ୍ତି ସେଠାକାର ସ୍ଥାନୀୟ ପୁଲିସ ଏହି ଟ୍ୟାଙ୍କର ପ୍ରତି ଯେଭଳି କୌଣସି ଅସୁବିଧା ସୃଷ୍ଟି ନ ହୁଏ ସେଥିପ୍ରତି ଦୃଷ୍ଟି ଦେଉଛନ୍ତି।

Leave A Reply

Your email address will not be published.