IPL ଅଧାରୁ ଓହରୁଛନ୍ତି ଷ୍ଟାର ଖେଳାଳି, ଏବେ ଆରସିବିର ଦୁଇ କ୍ରିକେଟର ଫେରିଯିବେ ସ୍ବଦେଶ
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମକୁ ଲାଗିଛି ଜୋରଦାର ଝଟକା

ନୂଆଦିଲ୍ଲୀ: ସାରା ଦେଶରେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ। ଏପରିକି ଦେଶରେ ଦୈନିକ ୩ ଲକ୍ଷରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାରି ମଧ୍ୟରେ ଜୈବ ସୁରକ୍ଷା ବଳୟରେ ଭାରତରେ ଖେଳାଯାଉଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍। ଏସବୁ ମଧ୍ୟରେ କରୋନା ଭୟାବହତାକୁ ନଜରରେ ରଖି ବିଶ୍ବର ସବୁଠୁ ଘରୋଇ ଟୁର୍ଣ୍ଣାମେଣ୍ଟରୁ ଓହରିବାରେ ଲାଗିଛନ୍ତି ଖେଳାଳି।
ଏସବୁ ମଧ୍ୟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମକୁ ଲାଗିଛି ଜୋରଦାର ଝଟକା। ଟିମର ପେସ୍ ବୋଲର କେନ୍ ରିଚାର୍ଡସନ୍ ଓ ଲେଗ୍ ସ୍ପିନର ଆଦାମ ଜମ୍ପା ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି। ଏହି ଦୁଇ ଖେଳାଳି ବ୍ୟକ୍ତିଗତ କାରଣରୁ ଅଷ୍ଟ୍ରେଲିଆ ଫେରିଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଆରସିବି ଟ୍ବିଟ୍ କରି ସୂଚନା ଦେଇଛି।
Official Announcment:
Adam Zampa & Kane Richardson are returning to Australia for personal reasons and will be unavailable for the remainder of #IPL2021. Royal Challengers Bangalore management respects their decision and offers them complete support.#PlayBold #WeAreChallengers pic.twitter.com/NfzIOW5Pwl
— Royal Challengers Bangalore (@RCBTweets) April 26, 2021
ଆରସିବି ଟ୍ବିଟ୍ କରି ଲେଖିଛି ଯେ, ଆଦାମ ଜମ୍ପା ଓ କେନ୍ ରିଚାର୍ଡସନ୍ ବ୍ୟକ୍ତିଗତ କାରଣରୁ ଅଷ୍ଟ୍ରେଲିଆ ଫେରିଯିବେ। ଏହି ଦୁଇ ଖେଳାଳି ଆଇପିଏଲ ୨୦୨୧ର ବାକି ମ୍ୟାଚ୍ ଖେଳିବେ ନାହିଁ। ଆରସିବି ମ୍ୟାନେଜମେଣ୍ଟ ତାଙ୍କ ନିଷ୍ପତ୍ତକୁ ସମ୍ମାନ ଜଣାଇବା ସହିତ ତାଙ୍କ ସହିତ ରହିଛି ବୋଲି ଟ୍ବିଟ୍ କରାଯାଇଛି।
ଏହାପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ରବିଚନ୍ଦ୍ରନ ଅଶ୍ବିନ, ରାଜସ୍ଥାନ ରୟାଲ୍ସର ଆଣ୍ଡ୍ରୁ ଟାଏଙ୍କ ଭଳି ବ୍ୟକ୍ତିଗତ କାରଣ ଦର୍ଶାଇ ଆଇପିଏଲ ଅଧାରୁ ଓହରି ଯାଇଛନ୍ତି।