ପିପିଲି ଉପନିର୍ବାଚନ: ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ
ମଙ୍ଗଳପୁର ସ୍ଥିତ ବ୍ଲକ୍ କଂଗ୍ରେସ କାର୍ଯ୍ୟାଳୟରୁ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ବାହାରି ପୁରୀ ଏଡିଏମଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ବିଶ୍ବକେଶନ।

ପୁରୀ: ମେ’୧୬ ତାରିଖରେ ହେବ ପିପିଲି ଉପନିର୍ବାଚନ। ଏଥିପାଇଁ କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ସୋମବାର ଦିନ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ମଙ୍ଗଳପୁର ସ୍ଥିତ ବ୍ଲକ୍ କଂଗ୍ରେସ କାର୍ଯ୍ୟାଳୟରୁ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ବାହାରି ପୁରୀ ଏଡିଏମଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ବିଶ୍ବକେଶନ। ସେଠାରେ ପହଁଞ୍ଚିବା ପରେ ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
ସୂଚନାଥାଉକି, ପିପିଲି ଉପ-ନିର୍ବାଚନ ପାଇଁ ଗତ ଅପ୍ରେଲ ୧୭ ତାରିଖରେ ମତଦାନ ହେବାର ଥିଲା। କିନ୍ତୁ ଅପ୍ରେଲ ୧୪ ତାରିଖରେ କରୋନାରେ ସଂକ୍ରମିତ ହୋଇ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଥିଲା।
ପରେ ନିର୍ବାଚନ କମିଶନର ପିପିଲି ନିର୍ବାଚନକୁ ବାତିଲ କରିଥିଲେ । ତେବେ ମେ’ ୧୩ରେ ମତଦାନ ହେବା ନେଇ ଘୋଷଣା କରାଯାଇଥିଲା କିନ୍ତୁ ଇଦ୍-ଉଲ୍-ଫିତର ପଡୁଥିବାରୁ ମେ’ ୧୬ରେ ମତଦାନ ହେବା ନେଇ ସାନି ବିଜ୍ଞପ୍ତି ଜାରି କରିଥିଲେ ମୁଖ୍ୟ ନିର୍ବାଚନ କମିଶନର ।