ଆଜିଠୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ
କରୋନା ସଂକ୍ରମଣ ବଢୁଥିବାରୁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ରୋକ ଳଗାଇବାକୁ ପ୍ରସ୍ତାବ ଦେଇଥିଲେ ସେବାୟତ।

ପୁରୀ: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏସବୁ ମଧ୍ୟରେ ଆଜିଠୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ। ମେ’୧୫ ଯାଏ ଜଗାକୁ ଦର୍ଶନ କରି ପାରିବେନି ଭକ୍ତ। ହେଲେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଯଥାରୀତି ଚାଲିବ।
ସୂଚନାଯୋଗ୍ୟ, ଗତ ୨୪ ତାରିଖରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। କରୋନା ସଂକ୍ରମଣ ବଢୁଥିବାରୁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ରୋକ ଳଗାଇବାକୁ ପ୍ରସ୍ତାବ ଦେଇଥିଲେ ସେବାୟତ। ନିର୍ବିଘ୍ନ ନୀତିକାନ୍ତି ପାଇଁ ସେବାୟତ ସୁସ୍ଥ ରହିବା ଜରୁରୀ ଥିବାରୁ ଏପରି ପ୍ରସ୍ତାବ ଦିଆଯାଇଥିଲେ ସେବାୟତ। ଏହାକୁ ବିଚାର କରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମେ’ ୧୫ ଯାଏ ମହାପ୍ରଭୁଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଛି।
ଅପରପକ୍ଷେ, ଆସନ୍ତା ୧୫ ତାରିଖରୁ ଶ୍ରୀଜିଉଙ୍କ ୨୧ ଦିନିଆ ବାହାର ଚନ୍ଦନଯାତ୍ରା ହେବା କଥା । ତାଙ୍କର ଚଳନ୍ତି ପ୍ରତିମା ଶ୍ରୀମନ୍ଦିରରୁ ଯାଇ ଚନ୍ଦନ ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ନା ଗତ ବର୍ଷ ପରି ଏଥର ମଧ୍ୟ ଶ୍ରୀମନ୍ଦିର ଭିତରେ ଚନ୍ଦନଯାତ୍ରା ହେବ, ସେ ସଂପର୍କରେ ଆସନ୍ତା ୬ ତାରିଖରେ ଏକ ବୈଠକ କରି ନିଷ୍ପତ୍ତି ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।