Odisha Link
Bridging the Missing Links in Odisha

କରୋନାକୁ ମାତ୍‌ ଦେଲେ ୧୦୫ ବର୍ଷୀୟ ମହିଳା

ସୁରତ: ଦେଶରେ କରୋନାର ଦ୍ବିତୀୟ ଲହର ମୃତ୍ୟୁର ତାଣ୍ଡବ ରଚୁଥିବା ବେଳେ ସୁରତର ଜଣେ ୧୦୫ ବର୍ଷୀୟା ବୃଦ୍ଧା କରୋନାକୁ ମାତ୍‌ ଦେଇଥଇବା ବେଳେ ତାହା ଏବେ ଅନ୍ୟମାନଙ୍କୁ ସାହସ ଯୋଗାଉଛି। ଉଜୀବାଙ୍କ ଦୃଢ଼ ମନୋବଳ ପାଇଁ ସେ କରୋନାକୁ ହରାଇ ଦେଇଛନ୍ତି।

ପ୍ରଚଣ୍ଡ ଖରା, ବର୍ଷାରେ ଅନେକ ବର୍ଷ ଧରି ଏକା ଚାଷ କରି ଆସୁଛନ୍ତି ଏବଂ ନିଜେ ଫସଲ ଅମଳ କରୁଛନ୍ତି। ସେ ନିଜେ ମଧ୍ୟ ଶଗଡ଼ ଚଳାନ୍ତି। ଉଜୀବାଙ୍କ ପୁଅ ଗୋବିନ୍ଦ ଗୋନ୍ଦାଲିୟା କରୋନା ସଂକ୍ରମିତ ହେବାପରେ ଉଜୀବା ସଂକ୍ରମିତ ହୋଇଥିଲେ। ଏପ୍ରିଲ ୧୧ରେ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ ଉଜୀବା ତାଙ୍କ ପୁଅଙ୍କୁ କହିଥିଲେ ତାଙ୍କର ଚିକିତ୍ସା ଆବଶ୍ୟକ ନାହିଁ। ହସ୍ପିଟାଲ୍‌ରେ ଡାକ୍ତରମାନଙ୍କୁ ମଧ୍ୟ ସେ ଅତି ଦୃଢ଼ ଭାବେ କହିଥିଲେ କରୋନା ତାଙ୍କର କିଛି କ୍ଷତି କରିପାରିବନି।

ସେ ଖୁବ୍‌ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ। ଉଜୀବାଙ୍କୁ ଚିକିତ୍ସା କରିଥିବା ଡାକ୍ତର ଅନିଲ କୋଟାଡିୟା କହିଛନ୍ତି, ଚିକିତ୍ସାର ୩ ଦିନ ମଧ୍ୟରେ ଉଜୀବାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା। ଉଜୀବାଙ୍କ ପରିବାରରେ ୧୯ ଜଣ ସଦସ୍ୟ। ସେ ତାଙ୍କ ଜୀବନରେ ଦ୍ବିତୀୟ ବିଶ୍ବଯୁଦ୍ଧ ସହ ଅନେକ ବିପର୍ଯ୍ୟୟ ଏବଂ ଐତିହାସିକ ଘଟଣାବଳି ସବୁ ଦେଖିଛନ୍ତି।

Leave A Reply

Your email address will not be published.