ପିପିଲି ଉପନିର୍ବାଚନ ବନ୍ଦ ନେଇ କଂଗ୍ରେସର ଦାବି; ଜୀବନ ଆଗ, ନିର୍ବାଚନ ପଛ
କରୋନା ସ୍ଥିତିରେ ଉପନିର୍ବାଚନ କୌଣସି ଗୁରୁତ୍ୱ ରଖୁନାହିଁ।

ଭୁବନେଶ୍ୱର: ରାଜ୍ୟରେ ବେକାବୁ ହେଲାଣି କରୋନା ସ୍ଥିତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଏହାରି ଭିତରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପିପିଲି ଉପନିର୍ବାଚନକୁ ବନ୍ଦ କରିବା ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନିରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଏଭଳି ଦାବି କରିଛନ୍ତି।
ପ୍ରଦୀପ ମାଝୀ କହିଛନ୍ତି ଯେ, କରୋନାର ଦୃତ ସଂକ୍ରମଣ ଦୃଷ୍ଟିରୁ ପିପିଲି ଉପନିର୍ବାଚନ ବନ୍ଦ କରାଯାଉ। କରୋନା ସ୍ଥିତିରେ ଉପନିର୍ବାଚନ କୌଣସି ଗୁରୁତ୍ୱ ରଖୁନାହିଁ। କରୋନା ଭୟାବହତା ନିକଟରେ ଲୋକଙ୍କ ଜୀବନ ଆଗ, ନିର୍ବାଚନ ପଛ।
ନିର୍ବାଚନ ବନ୍ଦ ରଖିବାକୁ ବିଜେଡି ଓ ବିଜେପି ମଧ୍ୟ ସହଯୋଗ କରନ୍ତୁ ବୋଲି ଶ୍ରୀ ମାଝୀ କହିଛନ୍ତି। ଅନ୍ୟପକ୍ଷରେ ଆଜି ଅପରାହ୍ନରେ ଏନେଇ କଂଗ୍ରେସ ନିର୍ବାଚନ ଅଧିକାରୀଙ୍କୁ ଭେଟିବ ବୋଲି ଶ୍ରୀ ମାଝୀ କହିଛନ୍ତି।