ଦିଲ୍ଲୀ ଏମସ୍ ଭର୍ତ୍ତିହେଲେ ସାଂସଦ ଜୁଏଲ ଓରାମ
ନୂଆଦିଲ୍ଲୀ: ଦିଲ୍ଲୀ ଏମସରେ ଭର୍ତ୍ତି ହେଲେ ବରିଷ୍ଠ ବିଜେପି ନେତା ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ। ଗତକାଲି ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଏମସ୍ ଭର୍ତ୍ତି କରାଯାଇଛି। ଏନେଇ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଜୁଏଲ ଓରାମ। ଗତକିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ।
I have been admitted in AIIMS, New Delhi as a precautionary measure after tested Covid-19 positive on 24th April, 2021. I am keeping well. Thanks to all well-wishers and leaders for their support and well wishes for my speedy recovery. Thanks to all.
— Jual Oram (@jualoram) April 26, 2021
ସେ କହିଛନ୍ତି ଯେ, ଏବେ ସେ ସୁସ୍ଥ ଅଛନ୍ତି। ମୋ ସହକର୍ମୀ ଶୁଭେଚ୍ଛୁ ମାନଙ୍କୁ ମୋର ଅଶେଷ ଧନ୍ୟବାଦ। ଯେଉଁମାନେ ମୋ ପାଇଁ ପ୍ରାର୍ଥନା କରିଛନ୍ତି। ଖୁବଶୀଘ୍ର ମୁଁ ସୁସ୍ଥ ହୋଇ ଘରକୁ ଫେରିବି।
ଏପ୍ରିଲ ୨୪ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ହୋମ୍ ଆଇସୋଲେସନ୍ ଥିଲେ। ପରେ ଭୁବନେଶ୍ୱରରେ ଗୋଟିଏ ଦିନ ଚିକିତ୍ସା ହେବା ପରେ ଗତକାଲି ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ଆସିଛନ୍ତି।