ଜୋ ବିଡେନଙ୍କୁ ଭ୍ୟାକ୍ସିନ୍ ପାଇଁ ନିବେଦନ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ ହେଲାଣି କରୋନା। ଦିନକୁ ଦିନ ସଂକ୍ରମଣ ହୁହୁ ବଢ଼ୁଥିବା ବେଳେ ସ୍ଥିତି ସଙ୍ଗୀନ ହୋଇପଡିଛି। ଏଭଳି ପରିସ୍ଥତିକୁ ନେି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଚିନ୍ତାପ୍ରକାଶ କରିଛନ୍ତି। ସେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କୁ ଟ୍ୟାଗ କରି ମେସେଜ୍ ଲେଖିଛନ୍ତି। ସେ ତାଙ୍କ ଦେଶର ଅବସ୍ଥାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଏବଂ ଜୋଙ୍କୁ ନିବେଦନ କରିଛନ୍ତି ଯେ ସେ ତୁରନ୍ତ ଭାରତକୁ ଟିକା ଦେଇ ପାରିବେ କି?
ପ୍ରିୟଙ୍କା ଚୋପ୍ରା ଟ୍ୱିଟ୍ କରିଛନ୍ତି, ମୋର ହୃଦୟ ଭାଙ୍ଗି ଯାଉଛି। ଭାରତ କୋଭିଡ-୧୯ରେ ଯନ୍ତ୍ରଣା ଭୋଗୁଛି ଏବଂ ଆମେରିକା ଆବଶ୍ୟକତା ଅନୁଯାୟୀ ୫୫୦ ନିୟୁତ ଭ୍ୟାକ୍ସିନର ଅର୍ଡର କରିଛି। ପ୍ରିୟଙ୍କା ଆମେରିକାର ରାଷ୍ଟ୍ରପତି, ହ୍ୱାଇଟ ହାଉସର ମୁଖ୍ୟଙ୍କ ସହ ଅନେକ ଲୋକଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, ଆଷ୍ଟ୍ରାଜେନେକା ସମଗ୍ର ବିଶ୍ୱ ସହ ସେୟାର କରିଥିବାରୁ ଧନ୍ୟବାଦ କିନ୍ତୁ ମୋ ଦେଶର ଅବସ୍ଥା ଅତ୍ୟନ୍ତ ଖରାପ। ଆପଣ ତୁରନ୍ତ ଭାରତକୁ ଭ୍ୟାକ୍ସିନ୍ ଦେଇ ପାରିବେ କି?
ତେବେ ଅନେକ ଲୋକ ପ୍ରିୟଙ୍କାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ ସେ ବିଳମ୍ବ କରିଛନ୍ତି। ଜଣେ ୟୁଜର୍ ଲେଖିଛନ୍ତି ଯେ ସେ ଅତି କମରେ ୨ ସପ୍ତାହ ପୂର୍ବରୁ ଏହାକୁ ଟୁଇଟ୍ କରିବା ଉଚିତ୍ ଥିଲା। ଏଥି ସହିତ, ଅନ୍ୟ ଜଣେ ଲେଖିଛନ୍ତି ଯେ ୟୁଏସ୍ ର’ ସାମଗ୍ରୀ ଯୋଗାଣ ପାଇଁ ପ୍ରସ୍ତୁତ ହୋଇସାରିଛି।