Odisha Link
Bridging the Missing Links in Odisha

ଭାରତରେ କରୋନା ସଂକଟ ବେଳେ ଦୃଢ଼ ରହିବାର ବାର୍ତ୍ତା ଦେଲା ବୁର୍ଜ ଖଲିଫା

ଦୁବାଇ: ଭାରତରେ କରୋନା ଦ୍ବିତୀୟ ଲହର ଅଣାୟତ୍ତ ସ୍ଥିତି ବେଳେ ଭାରତ ସହ ହାତ ମିଳାଇବା ସହ ସହାନୁଭୂତି ଜଣାଇଛି ସଂଯୁକ୍ତ ଆରବ। ରବିବାର ଏହାର ପ୍ରମୁଖ ଅଟ୍ଟାଳିକାଗୁଡ଼ିକୁ ତ୍ରିରଙ୍ଗା ଆଲୋକରେ ଉଦ୍‌ଭାସିତ କରିଥିବା ଦେଖାଯାଇଛି। ଏହି କ୍ରମରେ ଦୁବାଇ ସ୍ଥିତ ବୁର୍ଜ ଖଲିଫା ଓ ଆବୁ ଧାବି ସ୍ଥିତ ଆଦନକ୍‌ ମୁଖ୍ୟ କାର୍ଯ୍ୟାଳୟକୁ ଭାରତୀୟ ଜାତୀୟ ପତାକା ରଙ୍ଗରେ ଆଲୋକିତ କରାଯାଇଛି।

ଏଥି ସହିତ ‘ଦୃଢ଼ ରୁହ ଭାରତ’ ବୋଲି ଏକ ବାର୍ତ୍ତା ମଧ୍ୟ ଏଥିରେ ପ୍ରଦର୍ଶିତ ହେଉଥିବା ଦେଖାଯାଇଛି। ସେହିପରି ଟ୍ବିଟରରେ ମଧ୍ୟ ‘ସଂଯୁକ୍ତ ଆରବରେ ଭାରତ’ ପକ୍ଷରୁ ବିଭିନ୍ନ ଉତ୍ସାହପ୍ରଦ ବାର୍ତ୍ତା ସ୍ଥାନିତ ହୋଇଛି।ମହାମାରୀ କୋଭିଡ୍‌ ବିରୋଧରେ ଭାରତ ଏକ ଭୟାନକ ଯୁଦ୍ଧ ଲଢୁଥିବା ବେଳେ ଏହାର ବନ୍ଧୁ ସଂଯୁକ୍ତ ଆରବ ନିଜର ଶୁଭେଚ୍ଛା ପଠାଉଛି ବୋଲି ଟ୍ବିଟ୍‌ କରାଯାଇଛି।

ଏହି ସମର୍ଥନ ଜଣାଇବା ପାଇଁ ଦୁବାଇର ବୁର୍ଜ ଖଲିଫାକୁ ତ୍ରିରଙ୍ଗାରେ ଆଲୋକାୟିତ କରାଯାଇଛି ବୋଲି ଟ୍ବିଟ୍‌ କରାଯିବା ସହ ସଂପୃକ୍ତ ଫଟୋ ଓ ଭିଡିଓ କ୍ଲିପିଂକୁ ମଧ୍ୟ ଛଡ଼ାଯାଇଛି।

Leave A Reply

Your email address will not be published.