ରାଜଧାନୀରେ ଅଣାୟତ୍ତ କରୋନା, ଦିନକରେ ହଜାରେ ପାର ଆକ୍ରାନ୍ତଙ୍କ ସଂଖ୍ୟା
ଦିନକରେ ଖୋର୍ଦ୍ଧା ଜିଲ୍ଲାରୁ ୧୮୪୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମଧ୍ୟରୁ କେବଳ ରାଜଧାନୀ ଭୁବନେଶ୍ବରରେ ୧୦୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
![](https://www.odishalink.com/wp-content/uploads/2021/04/corona-bhubaneswar.jpg)
ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ରାଜଧାନୀ ଭୁବନେଶ୍ବରରେ ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ। ରାଜ୍ୟରେ ଦୈନକ ୬ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ଦିନକରେ ହଜାରେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ରାଜଧାନୀବାସୀଙ୍କ ଚିନ୍ତା ବଢ଼ାଇଛି।
ଦିନକରେ ଖୋର୍ଦ୍ଧା ଜିଲ୍ଲାରୁ ୧୮୪୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମଧ୍ୟରୁ କେବଳ ରାଜଧାନୀ ଭୁବନେଶ୍ବରରେ ୧୦୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରାଣ୍ଟିନ୍ ସେଣ୍ଟରରୁ ୨୧୯ ଚିହ୍ନଟ ହୋଇଥିବା ବେଳେ ୮୨୫ ସ୍ଥାନୀୟ ବାସିନ୍ଦା ଚିହ୍ନଟ ହୋଇଛନ୍ତି। ଏସବୁ ମଧ୍ୟରେ ପଟିଆ ଅଞ୍ଚଳରୁ ସର୍ବାଧିକ ୬୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ଦିନକରେ ୪୪୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
Update on newly detected #COVID19 cases in the last
24 hrs under the BMC area on 28th Apr (till 9am). pic.twitter.com/UjeAN5n4sw— BMC (@bmcbbsr) April 28, 2021
ବର୍ତ୍ତମାନ ରାଜଧାନୀରେ ୪୨, ୪୪୫ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୩୫,୬୭୪। ଅନ୍ୟପଟେ ବର୍ତ୍ତମାନ ରାଜଧାନୀରେ ୬,୪୯୩ ସକ୍ରିୟ ଆକ୍ରାନ୍ତ ଥିବାବେଳେ ୨୫୭ ଜଣଙ୍କ ମୃତ୍ୟୁ ହୋଇଛି।