IPL: ଗୋଟିଏ ଦିନରେ ୩ଟି ରେକର୍ଡ କଲେ ଓ୍ବାର୍ଣ୍ଣର, ପ୍ରଥମ ଖେଳାଳି ଭାବେ କଲେ ଏହି କାରନାମା
ଓ୍ବାର୍ଣ୍ଣରଙ୍କ ପରେ ଏହି ମାମଲାରେ ଦ୍ବିତୀୟ ସ୍ଥାନରେ ଅଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ଶିଖର ଧାଓ୍ବନ

ନୂଆଦିଲ୍ଲୀ: କରୋନା କାଳରେ ଦେଶରେ ଚାଲିଛି ଫଟାଫଟ୍ କ୍ରିକେଟ ଲିଗ୍। ଜୈବ ସୁରକ୍ଷା ବଳୟ ଭିତରେ ଚାଲିଛି ଖେଳ। ଟୁର୍ଣ୍ଣାମେଣ୍ଟ ଆଗକୁ ବଢ଼ିବା ସହ ଖେଳାଳି ମାନେ କରୁଛନ୍ତି ରେକର୍ଡର ବର୍ଷା। ଏହାରି ମଧ୍ୟରେ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଡେଭିଡ ଓ୍ବାର୍ଣ୍ଣର ପ୍ରଥମ ଖେଳାଳି ଭାବେ ଆଇପିଏଲ ଇତିହାସରେ କରିଛନ୍ତି ନୂଆ ରେକର୍ଡ। ପ୍ରଥମ ଖେଳାଳି ଭାବେ ୫୦ଟି ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଛନ୍ତି ଓ୍ବାର୍ଣ୍ଣର। ଏହି ନୂଆ କିର୍ତ୍ତୀମାନ ଓ୍ବାର୍ଣ୍ଣର ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷ ମ୍ୟାଚରେ ହାସଲ କରିଛନ୍ତି।
ଓ୍ବାର୍ଣ୍ଣରଙ୍କ ପରେ ଏହି ମାମଲାରେ ଦ୍ବିତୀୟ ସ୍ଥାନରେ ଅଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ଶିଖର ଧାଓ୍ବନ। ସେ ଏପର୍ଯ୍ୟନ୍ତ ଆଇପିଏଲ ଇତିହାସରେ ଖେଳିଛନ୍ତି ୪୩ଟି ଅର୍ଦ୍ଧଶତକୀୟ ଇନିଂସ୍। ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ଅଧିନାୟକ ୪୦ଟି ଅର୍ଦ୍ଧଶତକୀୟ ଇନିଂସ୍ ଖେଳି ତୃତୀୟ ସ୍ଥାନରେ ଅଛନ୍ତି।
FIFTY@davidwarner31 50th #VIVOIPL 50
200 Sixes
10,000 T20 runshttps://t.co/dvbR7X1Kzc #VIVOIPL #CSKvSRH pic.twitter.com/poBQz37AXY
— IndianPremierLeague (@IPL) April 28, 2021
ଓ୍ବାର୍ଣ୍ଣର ଏହି ନୂଆ କିର୍ତ୍ତୀମାନ କରିବା ସହ ଆଉ ଦୁଇଟି ନୂଆ ରେକର୍ଡ ନିଜ ନାମରେ କରିଛନ୍ତି। ସେ ଟି-୨୦ କ୍ରିକେଟରେ ୪ର୍ଥ ବ୍ୟାଟସମ୍ୟାନ୍ ଭାବେ ୧୦ ହଜାର ରନ୍ ପୂରଣ କରିଛନ୍ତି। ଓ୍ବାର୍ଣ୍ଣରଙ୍କ ପୂର୍ବରୁ ଏହି କ୍ଲବରେ କିରନ୍ ପୋର୍ଲାଡ (୧୦,୬୯୪), କ୍ରିସ୍ ଗେଲ୍ (୧୩, ୮୩୯) ଓ ସୋହିବ ମଲ୍ଲିକ (୧୦,୪୮୮) ଅଛନ୍ତି।
ସେହିପରି ଓ୍ବାର୍ଣ୍ଣର ୮ମ ଖେଳାଳି ଭାବେ ଟି-୨୦ କ୍ରିକେଟରେ ୨୦୦ ଛକା ମାରିବାର ରେକର୍ଡ ନିଜ ନାମରେ କରିଛନ୍ତି। ତାଙ୍କ ପୂର୍ବରୁ ଏହି କ୍ଲାବରେ କ୍ରିସ୍ ଗେଲ (୩୫୪), ଏବି ଡିଭିଲିୟର୍ସ (୨୪୫), ରୋହିତ ଶର୍ମା (୨୨୨), ଏମ୍ ଏସ୍ ଧୋନୀ (୨୧୭), ବିରାଟ କୋହଲି (୨୦୪) ଓ କରିଣ ପୋର୍ଲାଡ ଏବଂ ସୁରେଶ ରାଇନା ଉଭୟେ ୨୦୨ଟି ଛକା ମାରିଛନ୍ତି।