୪ ଛୁଆର ମା’କୁ ଧରି ଛୁ ମାରିଥିଲା ୬୦ ବର୍ଷିୟ ବୃଦ୍ଧ, ତାପରେ ଗ୍ରାମବାସୀ….
୪ଟି ଛୁଆର ମା'କୁ ଜଣେ ୬୦ ବର୍ଷିୟ ବୃଦ୍ଧ ପ୍ରେମ କରିିଥିଲେ। ପରେ ପ୍ରେମ ସମ୍ପର୍କ ବଢ଼ିବା ପରେ ବୃଦ୍ଧ ଜଣଙ୍କ ଉକ୍ତ ମହିଳାଙ୍କୁ ନେଇ ଫେରାର ହୋଇ ଯାଇଥିଲେ।
![](https://www.odishalink.com/wp-content/uploads/2021/04/Untitled-design-3-1-1-750x430.jpg)
କେନ୍ଦୁଝର: କଥାରେ ଅଛି ବୃଦ୍ଧ କାଳେ ରାସଲୀଳା। ୪ଟି ଛୁଆର ମା’ଙ୍କ ପ୍ରେମରେ ମତୁଆଲା ହୋଇ ଫେରାର ହୋଇଗଲେ ୬୦ ବର୍ଷିୟ ବୃଦ୍ଧ। ପରେ ଧରାପଡ଼ି ଉତ୍ତମ ମଧ୍ୟମ ଖାଇଲେ ବୃଦ୍ଧ ଜଣକ। ଏମିତି ଏକ ଖବର ଆସିଛି କେନ୍ଦୁଝର ଟାଉନ୍ ଥାନା ମଣ୍ଡୁଆ ମୁଣ୍ଡାସାହିରୁ।
ମିଳିଥିବା ସୂଚନା ମୁତାବିକ, ୪ଟି ଛୁଆର ମା’କୁ ଜଣେ ୬୦ ବର୍ଷିୟ ବୃଦ୍ଧ ପ୍ରେମ କରିିଥିଲେ। ପରେ ପ୍ରେମ ସମ୍ପର୍କ ବଢ଼ିବା ପରେ ବୃଦ୍ଧ ଜଣଙ୍କ ଉକ୍ତ ମହିଳାଙ୍କୁ ନେଇ ଫେରାର ହୋଇ ଯାଇଥିଲେ। ପରେ କିଛିଦିନ ଅନ୍ତରରେ ମହିଳାଙ୍କ ସ୍ବାମୀଙ୍କର ଦେହାନ୍ତ ହୋଇଥିଲା। ଏହି ଖବର ଶୁଣି ମହିଳାଙ୍କ ସ୍ବାମୀଙ୍କ ଦଶାହ କ୍ରିୟାରେ ଯୋଗ ଦେବା ପାଇଁ ୬୦ ବର୍ଷିୟ ବୃଦ୍ଧଙ୍କ ସହ ଆସି ଗାଁରେ ପହଁଞ୍ଚିଥିଲେ। ରସିକିଆ ବୃଦ୍ଧ ବ୍ୟକ୍ତିଙ୍କୁ ଗ୍ରାମବାସୀ ମାନେ କାବୁ କରି ନେଇଥିଲେ। ପରେ ଉତ୍ତମ ମଧ୍ୟମ କରି ଛେଚି ଥିଲେ।
ବୃଦ୍ଧ ଜଣଙ୍କୁ ଗ୍ରାମବାସୀ ଅଟକ ରଖିଥିବା କୌଣସି ସୂତ୍ରରୁ ଖବର ପାଇ ଟାଉନ ଥାନା ପୁଲିସ ସେଠାରୁ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି ।