Odisha Link
Bridging the Missing Links in Odisha

ଅକ୍ସିଜେନ ଉପରେ ଲାଗିଲା ଏସମା

ଭୁବନେଶ୍ବର: ଅକ୍ସିଜେନ ଉପରେ ଲାଗିଲା ଏସମା। କରୋନା ମହାମାରୀକୁ ଦୃଷ୍ଟିରେ ରଖି ମେଡିକାଲ୍ ଲିକ୍ୟୁଡ୍ ଅକ୍ସିଜେନ୍କୁ ଅତ୍ୟାବଶ୍ୟକ ସେବା ଅନ୍ତର୍ଭୁକ୍ତ କରିଛନ୍ତି ରାଜ୍ୟ ସରକାର। ଅକ୍ସିଜେନ ଉତ୍ପାଦନ, ଫିଲିଙ୍ଗ, ପରିବହନ ଓ ଯୋଗାଣରେ ଯେପରି କୌଣସି ସମସ୍ୟା ନ ଉପୁଜେ ଏଥିପାଇଁ ଏସେନ୍ସିଆଲ୍ ସର୍ଭିସେସ୍ ମେଂଟେନାନ୍ସ ଆକ୍ଟ ଲାଗୁ କରିଛନ୍ତି ରାଜ୍ୟ ସରକାର।ଜନହିତକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି।

୬ ମାସ ପର୍ଯ୍ୟନ୍ତ ସରକାରଙ୍କ ଏହି ନିର୍ଦ୍ଦେଶନାମା ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ଅକ୍ସିଜେନ୍ ଉତ୍ପାଦନ, ଫିଲିଙ୍ଗ, ପରିବହନ, ଯୋଗାଣ କରୁଥିବା ସଂସ୍ଥା, ସେବା ଯୋଗାଇବା ବନ୍ଦ କରିପାରିବେ ନାହିଁ।

ମହାମାରୀ ସମୟରେ ଅକ୍ସିଜେନ୍ ସବୁଠୁ ଅଧିକ ଗୁରୁତ୍ୱ ରଖୁଥିବାରୁ ଏହି ସେବା ରେଷ୍ଟ୍ରାଇକ୍ ଆଦି କରିବା ଉପରେ କଟକଣା ଲାଗାଯାଇଛି। ଅକ୍ସିଜେନ୍‌ ସେବାରେ କୌଣସି ପ୍ରକାର ବାଧା ନଉପୁଜେ, ସେଥିପାଇଁ ଏସମା ଲାଗୁ କରିଛନ୍ତି ସରକାର।

Leave A Reply

Your email address will not be published.