ଆସାମରେ ୬ଥର ଭୂକମ୍ପ ଝଟ୍କା
ଗୌହାଟି: ଆସାମରେ ଭୂକମ୍ପ ଝଟ୍କା।ଗୁରୁବାର ବିଳମ୍ବିତ ରାତିରେ ୬ ଥର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଭୂକମ୍ପର ପ୍ରଥମ ଝଟ୍କା ରାତି ୧୨.୨୪ ମିନିଟ ହୋଇଥିବା ବେଳେ ଶେଷ ଝଟ୍କା ୨.୩୮ମିନିଟରେ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୪.୬ଥିବା ରେକର୍ଡ ହୋଇଛି।
ରାତି ୧୨ଟା ପରେ ଗୋଟିଏ ପରେ ଗୋଟିଏ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ପ୍ରଥମ ୧୨.୨୪ମିନିଟ୍, ୧.୧୦ ମିନିଟ, ୧.୨୦ ମିନିଟ୍, ୧.୪୧ ମିନିଟ୍, ୧.୫୨ ମିନିଟ୍ ଏବଂ ୨.୩୮ ମିନିଟରେ ଝଟ୍କା ଆସିଥିଲା। ସମସ୍ତ ଭୂକମ୍ପର ତିବ୍ରତା ୪.୬, ୨.୭ , ୨.୩ ଏବଂ ୨.୭ ମଧ୍ୟରେ ରହିଥିଲା। ବର୍ତ୍ତମାନ ସୁଦ୍ଧା ଭୂକମ୍ପରେ କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ।
ଏହାପୂର୍ବରୁ ବୁଧବାର ଦିନ ଅନେକ ଥରର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ବୁଧବାର ସକାଳ ୭.୫୧ ମିନିଟରେ ଆସାମରେ ୬.୪ ତୀବ୍ରତାର ଭୂକମ୍ପ ଝଟ୍କା ହୋଇଥିଲା। ଭୂକମ୍ପ ଝଟକା ଏତେ ତୀବ୍ର ଥିଲା ଯେ କେଉଁଠି ରାସ୍ତାରେ ଫାଟ ସୃଷ୍ଟି ହୋଇଛି ତ କେଉଁଠି ବଡ ବଡ କୋଠା ବଙ୍କା ହୋଇଯାଇଛି।