ଭୁବନେଶ୍ୱରରେ ଅଣାୟତ୍ତ କରୋନା, ପୁଣି ହଜାରେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ରାଜଧାନୀ ଭୁବନେଶ୍ବରରେ ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ। ରାଜ୍ୟରେ ଦୈନକ ୮ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ଦିନକରେ ହଜାରେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ରାଜଧାନୀବାସୀଙ୍କ ଚିନ୍ତା ବଢ଼ାଇଛି।
ଆଜି ରାଜଧାନୀ ଭୁବନେଶ୍ୱରରୁ ୧୧୧୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନରୁ ୧୭୫ ଜଣ ଚିହ୍ନଟ ହୋଇଥିବା ବେଳେ ୯୪୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିପରି ୪୪୨ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମସି)।
ତେବେ ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪ ହଜାର ୪୧୫ ରେ ପହଞ୍ଚିଥିବା ବେଳେ ୩୬ ହଜାର ୫୪୫ ଜଣ ସୁସ୍ଥ ହୋଇଛନ୍ତି। ୭ ହଜାର ୫୮୮ ଜଣ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ଏହା ସହ ଭୁବନେଶ୍ୱରେ ୨୬୧ ଜଣଙ୍କ ମୃତ୍ୟୁ ଘଟିଛି।