Odisha Link
Bridging the Missing Links in Odisha

ଦିନକରେ ୮୬୮୧ ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ୧୪୦୮

ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୪୧୯ଜଣ, ବାଲେଶ୍ୱର ଜିଲ୍ଲାରୁ ୧୫୫ଜଣ, ବରଗଡ଼ ଜିଲ୍ଲାରୁ ୪୨୩ଜଣ, ଭଦ୍ରକ ଜିଲ୍ଲାରୁ ୧୦୩ଜଣ, ବଲାଙ୍ଗୀର ଜିଲ୍ଲାରୁ ୪୫୯ଜଣ, ବୌଦ୍ଧ ଜିଲ୍ଲାରୁ ୫୭ଜଣ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ। ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୮୬୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମଧ୍ୟରୁ ୪୯୪୮ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୭୩୩ ଜଣ ସ୍ଥାନୀୟ ବାସିନ୍ଦା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪, ୪୪, ୧୯୪ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୪୧୯ଜଣ, ବାଲେଶ୍ୱର ଜିଲ୍ଲାରୁ ୧୫୫ଜଣ, ବରଗଡ଼ ଜିଲ୍ଲାରୁ ୪୨୩ଜଣ, ଭଦ୍ରକ ଜିଲ୍ଲାରୁ ୧୦୩ଜଣ, ବଲାଙ୍ଗୀର ଜିଲ୍ଲାରୁ ୪୫୯ଜଣ, ବୌଦ୍ଧ ଜିଲ୍ଲାରୁ ୫୭ଜଣ, କଟକ ଜିଲ୍ଲାରୁ ୫୭୦ଜଣ, ଦେଓଗଡ଼ ଜିଲ୍ଲାରୁ ୧୦୨ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୩ଜଣ, ଗଜପତି ଜିଲ୍ଲାରୁ ୧୨୫ଜଣ, ଗଞ୍ଜାମ ଜିଲ୍ଲାରୁ ୧୯୮ଜଣ, ଜଗତସିଂହପୁର ଜିଲ୍ଲାରୁ ୨୧ଜଣ, ଯାଜପୁର ଜିଲ୍ଲାରୁ ୩୨୧ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୪୧୧ଜଣ, କଳାହାଣ୍ଡି ଜିଲ୍ଲାରୁ ୧୯୫ଜଣ, କନ୍ଧମାଳ ଜିଲ୍ଲାରୁ ୫୪ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮୫ଜଣ, କେନ୍ଦୁଝର ଜିଲ୍ଲାରୁ ୧୪୮ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୪୦୮ଜଣ, କୋରାପୁଟ ଜିଲ୍ଲାରୁ ୧୧୩ଜଣ, ମାଲକାନଗିରି ଜିଲ୍ଲାରୁ ୩୪ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୨୦ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୬୮ଜଣ, ନୟାଗଡ଼ ଜିଲ୍ଲାରୁ ୧୬୦ଜଣ, ନୂଆପଡ଼ା ଜିଲ୍ଲାରୁ ୩୦୪ଜଣ, ପୁରୀ ଜିଲ୍ଲାରୁ ୫୧୪ଜଣ, ରାୟଗଡ଼ା ଜିଲ୍ଲାରୁ ୧୫୧ଜଣ, ସମ୍ବଲପୁର ଜିଲ୍ଲାରୁ ୪୧୦ଜଣ, ସୋନପୁର ଜିଲ୍ଲାରୁ ୯୮ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୭୪୫ଜଣ, ଷ୍ଟେଟ୍‌ ପୁଲ୍‌ରୁ ୨୭୭ଜଣ ରହିଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୪୪୧୯୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬୧୬୯୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୮୦୪୦୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.