ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମିଳିବ ୫ କେଜି ଚାଉଳ

ଭୁବନେଶ୍ୱର: ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ ପାଇବେ ୫ କେଜି ଚାଉଳ। କରୋନା ସମୟରେ ଆଜି ଏଭଳି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ, ଏଣିକି ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀମାନେ ମାଗଣାରେ ଅତିରିକ୍ତ ୫ କେଜି ଚାଉଳ ପାଇବେ ।
ମେ ଓ ଜୁନ ଦୁଇ ମାସ ପାଇଁ ହିତାଧିକାରୀ ମାନେ ମାଗଣାରେ ଅତିରିକ୍ତ ପାଞ୍ଚ କେଜି ଲେଖାଏଁ ଚାଉଳ ପାଇବେ ।ଏହା ଦ୍ବାରା ବାର ଲଷ ହିତାଧିକାରୀ ଉପକାର ପାଇବେ ଏବଂ ରାଜ୍ୟ ସରକାର ଏ ବାବଦ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ।
ଅନ୍ୟପଟେ କୋଭିଡ ମୁକାବିଲା ପାଇଁ ବିଏମସିକୁ ୧୦ କୋଟିର ସହାୟତା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ରିଲିଫ ଫାଣ୍ଠିରୁ ଏହି ସହାୟତା ରାଶି ଦିଆଯାଇଛି। ବିଏମସିକୁ ୧୦ କୋଟିର ଅନୁଦାନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।