ଜଟଣୀ: ପୌରାଞ୍ଚଳର ୩ ଅଞ୍ଚଳକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କଲା ପ୍ରଶାସନ
ତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ମ୍ୟୁନିସିପାଲିଟି ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

ଜଟଣୀ: ମହାମାରୀ କରୋନାର କରାଳ ରୂପରେ ହନ୍ତସନ୍ତ ହେଉଛି ଜୀବନ। ଦିନକୁ ଦିନ କରୋନା ମାମଲା ବଢ଼ିବାରେ ଲାଗିଛି। ଯାହାକୁ ନେଇ ଚିନ୍ତାରେ ସରକାର। ଏସବୁ ମଧ୍ୟରେ ଜଟଣୀ ପୌରାଞ୍ଚଳର ୩ଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ପ୍ରଶାସନ।
ସ୍ଥାନୀୟ ଆକାଉଣ୍ଟ୍ସ କଲୋନୀ, ଖଳିପୋଖରୀ ଓ ବିକାଶନଗର ଅଞ୍ଚଳର କେତେକ ସ୍ଥାନରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୌର ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଥିବା କହିଛନ୍ତି ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ଦିଲ୍ଲୀପ ମହାନ୍ତି।
ଆକାଉଣ୍ଟ୍ସ କଲୋନୀର ଜି-୫୫ ବ୍ଲକ୍ରେ ୨, ଖଳିପୋଖରୀରେ ୪ ଓ ବିକାଶନଗର ଅଞ୍ଚଳରେ ୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଅଞ୍ଚଳରେ ବାଉଁଶ ବନ୍ଧାଯାଇ କଣ୍ଟେନ୍ମେଣ୍ଟ ଜୋନ୍ କରାଯିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ମ୍ୟୁନିସିପାଲିଟି ପକ୍ଷରୁ ବ୍ୟବସ୍ଥା କରାଯାଇଛି ।