ପରଲୋକରେ ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବ୍ଜି

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ନେଉଛି ଶତାଧିକ ଜୀବନ। ଦେଶରେ ଦୈନନ୍ଦିନ ଜୀବନ ନେବାରେ ଲାଗିଛି ମହାମାରୀ କରୋନା। ଏସବୁ ମଧ୍ୟରେ ଆଜି ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବ୍ଜିଙ୍କ ଦେହାନ୍ତ ହୋଇଛି। ମହାମାରୀ କରୋନାରେ ତାଙ୍କର ମୃତ୍ୟୁ ହୋଇଛି। ୯୧ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ସୂଚନାଥାଉକି, ସେ ୧୯୮୯ ରୁ ୨୦୦୪ ଯାଏଁ ସେ ଆଟର୍ଣ୍ଣି ଜେନେରାଲ ରହିଥିଲେ।
୧୯୩୦ ମସିହାରେ ବମ୍ୱେରେ ଜନ୍ମଗ୍ରହଣ କରିଥିଲେ ସୋରାବ୍ଜି । ୧୯୫୩ରେ ସେ ଆରମ୍ଭ କରିଥିଲେ ତାଙ୍କ ଓକିଲାତି କ୍ୟାରିଅର । ପରେ ୧୯୭୧ରେ ସୁପ୍ରିମକୋର୍ଟରେ ସିନିଅର କାଉନସିଲର ଭାବେ ଯୋଗଦେଇଥିଲେ । ଦେଶର ନାମିଦାମୀ ଆଇନଜୀବୀଙ୍କ ସହ ତା ନାଁ ଯୋଡି ହୋଇଥିଲା । ସାତ ଦଶନ୍ଦି ଧରି ଓକିଲାତି ସହ ଡଜିତ ଥିବା ସୋଲି ସୋରାବାଜିଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଛି । ଗତ କିଛିଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।