ଲସି ପିଇ ୧୦୦ରୁ ଉର୍ଦ୍ଧ୍ବ ଗୁରୁତର
ମାଲକାନାଗିରି: ଲସି ପିଇ ୧୦୦ରୁ ଉର୍ଦ୍ଧ୍ବ ଲୋକ ଗୁରୁତର। ଏଭଳି ଘଟଣା ଘଟିଛି ମାଲକାନାଗିରି କାଲଦା ପଞ୍ଚାୟତରେ। କାଲଦା ପଞ୍ଚାୟତର ବିଭିନ୍ନ ଗାଁରୁ ୬୦ ଜଣ ଲସି ପିଇ ପଡ଼ିଆ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
ସୂଚନା ମୁତାବକ, ଗତକାଲି କୁର୍ତ୍ତି ହାଟରୁ ଲସି ପିଇବା ପରେ ରାତିରେ ବହୁ ଜଣ ଅସୁସ୍ଥ ହୋଇ ପଡିଥିଲେ। ମେଡିକାଲ ଟିମ୍ ବିଭିନ୍ନ ଗାଁ ବୁଲି ସ୍ଥିତିର ଅନୁଧ୍ୟାନ କରୁଛି। ଗରୁତରଙ୍କୁ ଉଦ୍ଧାର କରି ଅଗ୍ନିଶମ ବାହିନୀ ମେଡିକାଲ ଆଣୁଛି।