ମମତାଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପୁଣି ଥରେ ତୃଣମୂଳ କଂଗ୍ରେସ ବିଜୟ ଲାଭ କରିଥିବା ବେଳେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଦଳ ମୁଖ୍ୟ ମମତା ବାନାର୍ଜୀ। ମମତାଙ୍କ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଶ୍ଚିମବଙ୍ଗ ସରକାରଙ୍କ ଯଥାସମ୍ଭବ କେନ୍ଦ୍ର ସହଯୋଗ ଜାରି ରଖିବ ଓ କୋଭିଡ୍ ପାଇଁ ସାଥିରେ ଠିଆହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୋଦି।
Congratulations to Mamata Didi for @AITCofficial's win in West Bengal. The Centre will continue to extend all possible support to the West Bengal Government to fulfil people’s aspirations and also to overcome the COVID-19 pandemic. @MamataOfficial
— Narendra Modi (@narendramodi) May 2, 2021
କିଛିଦିନ ଆଗରୁ ନିର୍ବାଚନ ରାଲିରେ “ଦିଦି…ଇ… ଓ… ଦିଦି” ବୋଲି କହି ମମତାଙ୍କୁ ଟାପରା କରୁଥିବା ମୋଦିଙ୍କର ମ୍ୟାଜିକ୍ ପଶ୍ଚିମବଙ୍ଗରେ ବିଫଳ ହୋଇଛି। ଶତାଧିକ ସଭା-ଶୋଭାଯାତ୍ରା ସତ୍ତ୍ବେ ବିଜେପି ପଶ୍ଛିମବଙ୍ଗ ବିଧାନସଭା ନିର୍ବାଚନରେ ତିନିଅଙ୍କ ଆସନ ଛୁଇଁ ପାରିନାହିଁ। ପଶ୍ଚିମବଙ୍ଗରେ ଟିଏମ୍ସିର ବିଜୟ ପାଇଁ ମମତା ଦିଦିଙ୍କୁ ଶୁଭେଚ୍ଛା ବୋଲି ମୋଦି ଟୁଇଟ୍ କରିଛନ୍ତି।