ରାଜ୍ୟରେ ଅଣାୟତ୍ତ କରୋନା: ଦିନକରେ ୧୧ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫,୨୪,୨୦୭ରେ ପହଁଞ୍ଚିଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬୬୧୩ କ୍ବାରାଣ୍ଟିନ୍ ରହିଥିବା ବେଳେ ୫୧୯୪ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି।
ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଅଣାୟତ୍ତ ହେବାରେ ଲାଗିଛି। ଏସବୁ ମଧ୍ୟରେ ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୧,୮୦୭ ଜଣ ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫,୨୪,୨୦୭ରେ ପହଁଞ୍ଚିଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬୬୧୩ କ୍ବାରାଣ୍ଟିନ୍ ରହିଥିବା ବେଳେ ୫୧୯୪ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।
ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୫୬୦ଜଣ, ବାଲେଶ୍ୱର ଜିଲ୍ଲାରୁ ୨୬୦ଜଣ, ବରଗଡ ଜିଲ୍ଲାରୁ ୪୨୮, ଭଦ୍ରକ ଜିଲ୍ଲାରୁ ୮୩ଜଣ, ବଲାଙ୍ଗୀର ଜିଲ୍ଲାରୁ ୪୩୭ଜଣ , ବୌଦ୍ଧ ଜିଲ୍ଲାରୁ ୧୭୮ଜଣ, କଟକ ଜିଲ୍ଲାରୁ ୧୦୫୨ଜଣ, ଦେବଗଡ଼ ଜିଲ୍ଲାରୁ ୧୧୫ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୭୭ଜଣ, ଗଜପତି ଜିଲ୍ଲାରୁ ୧୦୫ଜଣ, ଗଞ୍ଜାମ ଜିଲ୍ଲାରୁ ୩୪୧ଜଣ, ଜଗତସିଂହପୁର ଜିଲ୍ଲାରୁ ୧୩୪ଜଣ, ଯାଜପୁର ଜିଲ୍ଲାରୁ ୩୦୨ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୪୨୧ଜଣ, କଳାହାଣ୍ଡି ଜିଲ୍ଲାରୁ ୪୦୨ଜଣ, କନ୍ଧମାଳ ଜିଲ୍ଲାରୁ ୯୨ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୪୫ଜଣ, କେନ୍ଦୁଝର ଜିଲ୍ଲାରୁ ୨୩୧ଜଣ, ଖୋର୍ଧା ଜିଲ୍ଲାରୁ ୧୫୧୦ଜଣ, କୋରାପୁଟ ଜିଲ୍ଲାରୁ ୧୨୨ଜଣ, ମାଲକାନଗିରି ଜିଲ୍ଲାରୁ ୭୦ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୧୭୫ଜଣ, ନବରଙ୍ଗପୁର ଜିଲ୍ଲାରୁ ୪୧୯ଜଣ, ନୟାଗଡ଼ ଜିଲ୍ଲାରୁ ୨୦୪ଜଣ, ନୁଆପଡା ଜିଲ୍ଲାରୁ ୨୮୬ଜଣ, ପୁରୀ ଜିଲ୍ଲାରୁ ୪୫୪ଜଣ, ରାୟଗଡା ଜିଲ୍ଲାରୁ ୧୩୮ଜଣ, ସମ୍ବଲପୁର ଜିଲ୍ଲାରୁ ୫୩୩ଜଣ, ସୋନପୁର ଜିଲ୍ଲାରୁ ୨୧୦ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୯୨୨ଜଣ, ଷ୍ଟେଟ ପୁଲ୍ରୁ ୩୦୧ଜଣ ରହିଛନ୍ତି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୨୪୨୦୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୦୩୩୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୪୩୧୬୫୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।