ଆଜିଠୁ ଭବାନୀ ମଲରେ କୋଭିଡ ଟେଷ୍ଟ ଆରମ୍ଭ
ଉଭୟ ଆଣ୍ଟିଜେନ ଓ ଆରଟି-ପିସିଆର ଟେଷ୍ଟର ବ୍ୟବସ୍ଥା ହୋଇଛି
ଭୁବନେଶ୍ୱର: କୋଭିଡ ଟେଷ୍ଟକୁ ଆହୁରି ସୁଗମ କରିବାକୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥାମାନ କରାଯାଉଛି। ଭୁବନେଶ୍ୱର ସହିଦନଗର ସ୍ଥିତ ଭବାନୀ ମଲରେ କୋଭିଡ ଟେଷ୍ଟର ବ୍ୟବସ୍ଥା କରାଯାଇଛି। ଭବାନୀ ମଲ ପରିସରରେ ଉଭୟ ଆଣ୍ଟିଜେନ ଓ ଆରଟି-ପିସିଆର ଟେଷ୍ଟର ବ୍ୟବସ୍ଥା ହୋଇଛି।
ଲୋକମାନେ ନିଜ ସୁବିଧାରେ ଭବାନୀ ମଲ ଯାଇ କୋଭିଡ ଟେଷ୍ଟ କରିପାରିବେ। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି। ସକାଳ ୮.୩୦ରୁ ଅପରାହ୍ନ ୧୨.୩୦ ପର୍ଯ୍ୟନ୍ତ ଟେଷ୍ଟି ଜାରି ରହିବ।
ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ପଜିଟିଭ ସଂଖ୍ୟା ୫୫ ହଜାର ୭୭୨ କୁ ବୃଦ୍ଧି ପାଇଛି। ୪୪ ହଜାର ୭୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୧୦,୬୮୯ ଜଣ ଚିକିତ୍ସିତ ହେଉଥିବା ବେଳେ ୨୮୪ ଜଣଙ୍କର ମୃତ୍ୟୁ ହୋଇଛି।