୨ରୁ ୧୮ ବର୍ଷ ବୟସ୍କଙ୍କୁ ଟିକା ଟ୍ରାଏଲକୁ ଅନୁମତି

ନୂଆଦିଲ୍ଲୀ: ଦେଶରେ ଅରାୟତ୍ତ ହେଲାଣି କରୋନା ସ୍ଥିତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଏହାକୁ ଦୃଷ୍ଟିର ରଖି ୨ରୁ ୧୮ ବର୍ଷ ବୟସ୍କଙ୍କୁ ଟିକା ଟାଏଲ ପାଇଁ ଅନୁମତି ପ୍ରଦାନ କରାଯାଇଛି। ଭାରତ ବାୟୋଟେକକୁ କ୍ଲିନିକାଲ ପରୀକ୍ଷା ପାଇଁ ଡିସିଜିଆଇ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି।
ଭାରତ ବାୟୋଟେକକୁ କୋଭାକ୍ସିନ ଟିକା ଟ୍ରାଏଲ ପାଇଁ ଅନୁମତି ପ୍ରଦାନ କରାଯାଇଛି। ଦ୍ୱିତୀୟ ଓ ତୃତୀୟ ଫେଜ ଟ୍ରାଏଲ ପାଇଁ ଡିସିଜିଆଇ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ୫୨୫ ଜଣ ସୁସ୍ଥ ସ୍ୱେଚ୍ଛାସେବୀଙ୍କ ଠାରେ ଏହି ପରୀକ୍ଷା କରାଯିବ ବୋଲି ଜଣାଯାଇଛି।
କରୋନା ଶିଶୁ ମଧ୍ୟ ସଂକ୍ରମିତ ହେଉଥିବାରୁ ସେମାନଙ୍କର ଟିକାକରଣ ନିମେନ୍ତ ଯୋଜନା କରାଯାଇଛି। ଏହାକୁ ଆଖିଆଗରେ ରଖି ୨ରୁ ୧୮ ବର୍ଷର ପିଲାଙ୍କ ଠାରେ କୋଭାକ୍ସିନର ପ୍ରୟୋଗ ନେଇ ବିଶେଷଜ୍ଞମାନେ ସୁପାରିଶ କରିଛନ୍ତି। ଏହା ଆଧାରରେ ଫେଜ ୨ ଓ ଫେଜ ୩ ପରୀକ୍ଷଣ ନିମନ୍ତେ ଭାରତ ବାୟୋଟେକ ଘୋଷଣା କରିଛି।