ଦେଶରେ କରୋନା: ଦିନକରେ ୩.୪୩ ଲକ୍ଷ ପଜିଟିଭ, ୪୦୦୦ ମୃତ

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି କରୋନା। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ କମିବାର ନା ଧରୁନି। ଗତ ୨୪ ଘଣ୍ଟାରେ ୩ ଲକ୍ଷ୪୩ହଜାର ୧୪୪କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ହଜାର ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ କରୋନା।
ଦେଶରେ ୨୪ଘଣ୍ଟାରେ ୩ ଲକ୍ଷ୪୪ହଜାର ୭୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ୍ ସୁସ୍ଥ ସଂଖ୍ୟା ୨୦୦୭୯୫୯୯ ରହିଛି। ଏଥିସହ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨କୋଟି୪୦ଲକ୍ଷ୪୬ହଜାର ୮୦୯ରହିଛି।
ରିପୋର୍ଟ ମୁତାବକ ଦେଶରେ ମୃତ୍ୟୁସଂଖ୍ୟା ୨ଲକ୍ଷ ୬୨ହଜାର ୩୧୭ ଥିବା ବେଳେ ଆକ୍ଟିଭ କେସ୍ ୩୭ଲକ୍ଷ ୪ହଜାର ୮୯୩ ରହିଛି। ସେପଟେ ଦେଶରେ ଟିକାକରଣ ଜାରି ରହିଛି। ଏବେ ଯାଏଁ ମୋଟ୍ ୧୭ କୋଟି ୯୨ଲକ୍ଷ ୯୮ ହଜାର ୫୮୪ ଜଣଙ୍କୁ ଟିକା ଦିଆଯାଇଛି।