କରୋନା ଚିକିତ୍ସାରେ ଡିଆରଡିଓ’ ପ୍ରସ୍ତୁତ ‘୨-ଡିଜି’ ଔଷଧ ସାମିଲ, ଆଉ ଦରକାର ପଡ଼ିବନି ଅକ୍ସିଜେନ୍

ଭୁବନେଶ୍ୱର: କରୋନା ଚିକିତ୍ସାରେ ସାମିଲ ହେଲା ‘୨-ଡିଜି’ ଔଷଧ। ଡିଆରଡିଓ ବୈଜ୍ଞାନିକଙ୍କ ଦ୍ବାରା ପ୍ରସ୍ତୁତ ଏହି ଔଷଧକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଆସନ୍ତା ସପ୍ତାହ ପ୍ରାରମ୍ଭରୁ କୋଭିଡ୍-୧୯ ରୋଗୀଙ୍କ ଚିକିତ୍ସା ନିମନ୍ତେ ‘୨-ଡିଜି’ ଔଷଧର ଶୁଭାରମ୍ଭ କରାଯିବ ବୋଲି ‘ଡିଫେନ୍ସ୍ ରିସର୍ଚ ଆଣ୍ଡ୍ ଡେଭ୍ଲପ୍ମେଣ୍ଟ୍ ଅର୍ଗାନାଇଜେସନ୍’ର (ଡିଆର୍ଡିଓ) ଅଧିକାରୀମାନେ ସୂଚନା ଦେଇଛନ୍ତି।
। ହାଇଦ୍ରାବାଦ ସ୍ଥିତ ଡକ୍ଚର ରେଡ୍ଡୀ ଲାବରେଟୋରୀରେ ଏହାକୁ ପ୍ରସ୍ତୁତ କରିଛି ଡିଆରଡିଓର ନ୍ୟୁକ୍ଲିଅର ମେଡିସିନ୍ ଓ ଆଲାଏଡ ସେଣ୍ଟର। ପ୍ରଥମ ବ୍ୟାଚ୍ରେ ଏହି ଔଷଧ ୧୦,୦୦୦ ଡୋଜ୍ ଉତ୍ପାଦନ କରାଯାଉଛି। ଏଣିକି ଆଉ ଅକ୍ସିଜେନ ଉପରେ ବେଶି ନିର୍ଭରଶୀଳ କରିବାକୁ ପଡିବନି।
ଏହି ମେଡିସିନ୍ ପାଉଚରେ ପାଉଡର ଆକାରରେ ଆସୁଛି। ପାଣିରେ ମିଶାଇ ପିଇବାକୁ ହେବ। ଭାଇରସ ଦ୍ବାରା ପ୍ରଭାବିତ ସେଲରେ ଏହା ପ୍ରଭାବ ପକାଇବ। 2-DG ମେଡିସିନ ସେବନ କଲେ କମ ସମୟରେ ସୁସ୍ଥ ହେବେ ବୋଲି ବୈଜ୍ଞାନିକ ମତ ଦେଇଛନ୍ତି।
‘୨-ଡିଜି’ (୨-ଡିଅକ୍ସି-ଡି ଗ୍ଲୁକୋଜ୍) ଔଷଧକୁ ‘ଡିଆର୍ଡିଓ’ର ପରୀକ୍ଷାଗାର ‘ଇନ୍ଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁକ୍ଲିଆର୍ ମେଡିସିନ୍ ଆଣ୍ଡ୍ ଆଲାଏଡ୍ ସାଇନ୍ସେସ୍’ (ଆଇଏନ୍ଏମ୍ଏଏସ୍) ହାଇଦ୍ରାବାଦର ‘ଡକ୍ଟର୍ ରେଡିସ୍ ଲାବ୍ରଟରିଜ୍’ ସହ ମିଳିତଭାବେ ପ୍ରସ୍ତୁତ କରିଛି।