ବ୍ରହ୍ମପୁର ଓ ଭୁବନେଶ୍ବରରେ ଘରେ ପହଞ୍ଚିବ ଟିକା
ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି ବ୍ୟବସ୍ଥା ହାତକୁ ନେଇଛନ୍ତି ସରକାର। ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଘରକୁ ଘର ବୁଲି ବରିଷ୍ଠ ନାଗରିକଙ୍କୁ ଟିକା ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଟୁଇଟ୍ କରି ଜଣାଇଦିଆଯାଇଛି।

ବ୍ରହ୍ମପୁର: ଲକ୍ଡାଉନ୍ ସମୟରେ ବଡ଼ ନିଷ୍ପତ୍ତି ନେଇଛନ୍ତି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଟିକାକରଣ କେନ୍ଦ୍ରକୁ ଆସିପାରୁ ନଥିବା ବରିଷ୍ଠ ନାଗରିକଙ୍କ ପାଇଁ ଏଣିକି ଟିକା ଗାଡ଼ି ଘରକୁ ଆସିବ। ବ୍ରହ୍ମପୁର ନଗର ନିଗମ ଅଞ୍ଚଳରେ ଏଭଳି ସେବା ଆରମ୍ଭ କରିଛନ୍ତି ଜିଲ୍ଲା ପ୍ରଶାସନ।
ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି ବ୍ୟବସ୍ଥା ହାତକୁ ନେଇଛନ୍ତି ସରକାର। ମହାନଗର ନିଗମ ଅଞ୍ଚଳରେ ଘରକୁ ଘର ବୁଲି ବରିଷ୍ଠ ନାଗରିକଙ୍କୁ ଟିକା ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଟୁଇଟ୍ କରି ଜଣାଇଦିଆଯାଇଛି। ଏଥିପାଇଁ ମହାନଗର ନିଗମ କର୍ତୃପକ୍ଷଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର ଗାଡ଼ି ବ୍ୟବସ୍ଥା କରାଯାଇଛି। ଏହି ଗାଡ଼ିରେ ସ୍ବାସ୍ଥ୍ୟ କର୍ମୀ ଟିକା ନେଇ ଘର ଘର ବୁଲିବେ। ଆସନ୍ତା ମେ ୧୭ ତାରିଖ ସୋମବାର ଠାରୁ ଏହି ସେବା ଆରମ୍ଭ ହେବ।
Vaccination at doorstep. BeMC will start vaccination at doorstep from Monday for senior citizens. Details will be shared soon by BeMC @CMO_Odisha @HFWOdisha pic.twitter.com/YoMywzHVJx
— Collector & District Magistrate, Ganjam (@Ganjam_Admin) May 15, 2021
ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ମଧ୍ୟ ଏକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ସଂଜୟ ସିଂହ ବିଏମ୍ସି କମିଶନର ଭାବେ ଦାୟିତ୍ବ ନେବା ପରେ ଏ ନିଷ୍ପତ୍ତି ନିଆଯାଇଛି । ଟିକାକରଣ କେନ୍ଦ୍ରକୁ ଆସିପାରୁନଥିବା ୬୦ ବର୍ଷରୁ ଅଧିକ ବୟସ୍କଙ୍କ ଘରକୁ ବିଏମସି ପକ୍ଷରୁ ସ୍ବାସ୍ଥ୍ୟ କର୍ମୀ ଯାଇ ଟିକା ଦେବେ। ପଠାଇବ ମୋବାଇଲ୍ ଟିମ୍ । ଟେଷ୍ଟିଂ ଭଳି ଟିକାକରଣ ପାଇଁ ମଧ୍ୟ କେନ୍ଦ୍ରକୁ ଆଣି ଟିକା ଦେଇ ଘରେ ଛାଡ଼ିବା ପାଇଁ ମଧ୍ୟ ବିଏମ୍ସି ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏଥିପାଇଁ କର୍ତୃପକ୍ଷ ଟୋଲ ଫ୍ରି ନମ୍ବର ୧୯୨୯ ଜାରି କରିଛନ୍ତି।