କରୋନାରେ ଆଖି ବୁଜିଲେ ମନ୍ତ୍ରୀ ବିଜୟ କଶ୍ୟପ
ଲକ୍ଷ୍ନୌ: ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଲେ ଉତ୍ତର ପ୍ରଦେଶ ସରକାରରେ ମନ୍ତ୍ରୀ ଥିବା ବିଜୟ କଶ୍ୟପ। ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳରେ ରାଜସ୍ୱ ଓ ବନ୍ୟା ନିୟନ୍ତ୍ରଣ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ୫୬ ବର୍ଷୀୟ କଶ୍ୟପ କରୋନାରେ ଆକ୍ରାନ୍ତ ହେବା ପରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ଘଟିଛି।
ମନ୍ତ୍ରୀ ବିଜୟ କଶ୍ୟପଙ୍କ ମୃତ୍ୟୁ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ବିଜେପି ନେତା ଓ ଉତ୍ତର ପ୍ରଦେଶ ସରକାରରେ ମନ୍ତ୍ରୀ ଥିବା ବିଜୟ କଶ୍ୟପଜୀଙ୍କ ନିଧନରେ ଅତ୍ୟନ୍ତ ଦୁଃଖିତ। ସେ ମାଟି ସହ ଜଡ଼ିତ ଥିବା ଜଣେ ନେତା ଥିଲେ। ସେ ସବୁବେଳେ ଲୋକଙ୍କ ସେବା କରୁଥିଲେ। ଶୋକର ଏହି ମୁହୂର୍ତ୍ତରେ ତାଙ୍କ ପରିଜନ ଓ ପ୍ରଶଂସକଙ୍କ ପ୍ରତି ସମବେଦନା ଜଣାଉଛି।”
भाजपा नेता और उत्तर प्रदेश सरकार में मंत्री विजय कश्यप जी के निधन से अत्यंत दुख हुआ है। वे जमीन से जुड़े नेता थे और सदा जनहित के कार्यों में समर्पित रहे। शोक की इस घड़ी में उनके परिजनों और प्रशंसकों के प्रति मेरी संवेदनाएं। ओम शांति!
— Narendra Modi (@narendramodi) May 18, 2021
ମୋଦିଙ୍କ ବ୍ୟତୀତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଜେପିର ଉତ୍ତର ପ୍ରଦେଶ ମୁଖ୍ୟ ସ୍ୱତନ୍ତ୍ର ଦେବ ସିଂହ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି। ମୁଜାଫରନଗରର ଛରଥୱାଲ ନିର୍ବାଚନମଣ୍ଡଳୀରୁ ବିଧାୟକ ହୋଇଥିଲେ। ବିଜୟ କଶ୍ୟପଙ୍କୁ ମିଶାଇ ଉତ୍ତର ପ୍ରଦେଶର ତୃତୀୟ କାର୍ଯ୍ୟରତ ମନ୍ତ୍ରୀଙ୍କା କରୋନାରେ ମୃତ୍ୟୁ ଘଟିଛି। ଗତବର୍ଷ ମନ୍ତ୍ରୀ କମଲ ରାଣୀ ବରୁଣ ଓ ଚେତନ ଚୌହାନ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ସେହିପରି ରାଜ୍ୟର ୫ମ ବିଧାୟକ ଭାବେ ବିଜୟଙ୍କ କରୋନାରେ ଦେହାନ୍ତ ହୋଇଛି।