ସଇତାନ ଭାଇ, ୫ ବର୍ଷୀୟ ଭଉଣୀକୁ କଲା ଦୁଷ୍କର୍ମ

ପାଟଣା: ଭାଇ-ଭଉଣୀ ପବିତ୍ର ସମ୍ପର୍କରେ କଳଙ୍କ। ୫ ବର୍ଷୀୟ ଭଉଣୀକୁ ଦୁଷ୍କର୍ମ କଲା ସଇତାନ ରୂପୀ ଭାଇ। ଏଭଳି ଏକ ଘୃଣ୍ୟ ତଥା ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ବିହାର ଦରଭଙ୍ଗା ହନୁମାନ ନଗର ଅଞ୍ଚଳରେ।
ସୂଚନା ମୁତାବକ, ଜଣେ ବ୍ୟକ୍ତି ନିଜର ୫ ବର୍ଷୀୟ ସଂପର୍କୀୟ ଭଉଣୀକୁ ଦୁଷ୍କର୍ମ କରିଛି। ଏନେଇ ପୀଡିତା ତାଙ୍କ ମା’ଙ୍କୁ ସମସ୍ତ ଘଟଣା କହିଥିଲେ, ପରେ ତୁରନ୍ତ ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ମାମଲା ଦାୟର କରାଯାଇଥିଲା। ପୋଲିସ ଅଭିଯୁକ୍ତକୁ ଗିରଫ କରି ପକ୍ସୋ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଜେଲକୁ ପଠାଯାଇଛି।
ପୁଲିସର କହିବା ମୁତାବକ, ଅଭିଯୁକ୍ତ ତାର ଅପରାଧ ସ୍ୱୀକାର କରିଛି। ପୀଡିତାଙ୍କ ପରିବାର ଏକ ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିଲେ ତେବେ ଝିଅକୁ ଚକଲେଟ ଖାଇବାକୁ ଦେବାକୁ ବାହାନା କରି ଅଭିଯୁକ୍ତଙ୍କୁ ବାହାରକୁ ନେଇଯାଇଥିଲା ଏବଂ ଏକ ବୁଦା ନିକଟରେ ତାକୁ ଦୁଷ୍କର୍ମ କରିଥିଲା। ପିଡୀତା ତାଙ୍କ ମା’ଙ୍କୁ ଘଟଣା ବିଷୟରେ ଜଣାଇଥିଲେ।
ଏହି ମାମଲାରେ ପିଡିତାଙ୍କ ପିତାମାତା କହିଛନ୍ତି ଯେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ମିଳିବା ଉଚିତ୍। ଯାହା ଦ୍ୱାରା ଏଭଳି ଘୃଣ୍ୟ ଘଟଣାକୁ ରୋକାଯାଇପାରିବ। ତେବେ ପିଡୀତାଙ୍କର ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କୁହାଯାଇଛି।