କୋଭିଡ ୱାର୍ଡରେ ଲାଗିଲା ନିଆଁ

ଭଦ୍ରକ: କୋଭିଡ ୱାର୍ଡରେ ଲାଗିଲା ନିଆଁ। ଭଦ୍ରକ ମେଡିକାଲ ପରିସରରେ ଥିବା କୋଭିଡ ୱାର୍ଡ ତଳ ମହଲାରେ ଥିବା ଡିଜି ରୁମରେ ନିଆଁ ଲାଗିଛି। ବିଦ୍ୟୁତ ସର୍ଟସର୍କିଟ କାରଣରୁ ଡିଜି ରୁମରେ ନିଆଁ ଲାଗିଥିବା ସୂଚନା ମିଳିଛି। ତେବେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି।
ଅନ୍ୟପକ୍ଷରେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇଁ ଭଦ୍ରକ ଜିଲ୍ଲାପାଳ ଓ ଏସପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ ଏହି ଅଗ୍ନିକାଣ୍ଡ ଯୋଗୁଁ କାହାର କିଛି ବିଶେଷ କ୍ଷତି ହୋଇନଥିବା ଜଣାଯାଇଛି। କରୋନା ମହାମାରୀ କାରଣରୁ ବିଭିନ୍ନ ମେଡିକାଲରେ କୋଭିଡ ୱାର୍ଡ ଖୋଲାଯାଇ ରୋଗୀଙ୍କ ଚିକିତ୍ସା କରାଯାଉଛି।