ବ୍ଲାକ ଫଙ୍ଗସ୍: ଦେଶରେ ୮୮୪୮ ଆକ୍ରାନ୍ତ ଚିହ୍ନଟ, ୨୦୦ରୁ ଉର୍ଦ୍ଧ୍ବ ମୃତ, ଓଡ଼ିଶାରୁ …
ନୂଆଦିଲ୍ଲୀ: କରୋନା ସଂକଟ କାଳରେ ଦେଶରେ ବ୍ଲାକ ଫଙ୍ଗସ୍ ବା ମ୍ୟୁକରମାଇକୋସିସ୍ ମହାମାରୀ ଦ୍ରୁତଗତିରେ ବ୍ୟାପୁଛି। ଦେଶରେ ବର୍ତ୍ତମାନ ସୁଦ୍ଧା ୮ ହଜାର ୮୪୮ଟି ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ବ୍ଲାକ ପଙ୍ଗସରେ ୨୦୦ରୁ ଅଧିକ ଜଣ ପ୍ରାଣ ହରାଇଛନ୍ତି। ଆଜି ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡା ସୂଚନା ଦେଇଛନ୍ତି।
ବ୍ଲାକ ଫଙ୍ଗସ୍ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବ୍ୟବହୃତ ଆଣ୍ଟି ଫଙ୍ଗଲ ଇଞ୍ଜେକ୍ସନ୍ ଏମ୍ଫୋଟେରିସିନ-ବିର ଚାହିଦା ବୃଦ୍ଧି ପାଇଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ୨୩ ହଜାର ୬୮୦ ଅତିରିକ୍ତ ଭାଏଲ୍ ପ୍ରଦାନ କରିଛନ୍ତି। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ସଦାନନ୍ଦ ଗୌଡ଼ା ଏନେଇ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ଗୁରୁବାର ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇ କହିଥିଲେ, ଚାହିଦା ପୂରା କରିବାକୁ ଅନ୍ତର୍ଜାତୀୟ ସ୍ତରରୁ ଔଷଧ କିଣାଯାଉ।
After a detailed review of rising no. of cases of #Mucormycosis in various states, a total of 23680 additional vials of #Amphotericin– B have been allocated to all States/UTs today.
The Allocation has been made based on total no. of patients which is approx. 8848 across country. pic.twitter.com/JPsdEHuz0W
— Sadananda Gowda (@DVSadanandGowda) May 22, 2021
କେନ୍ଦ୍ର ସରକାରଙ୍କ ତଥ୍ୟ ପ୍ରକାରେ, ଗୁଜରାଟରେ ସର୍ବାଧିକ ୨୨୮୧ ଜଣ ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୨୦୦୦, ଆନ୍ଧ୍ର ପ୍ରଦେଶରେ ୯୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ବ୍ଲାକ ପଙ୍ଗସରେ ୯୦ ଜଣଙ୍କ ମୃତ୍ୟୁ ହୋଇଛି। ସେହିଭଳି ଗୁଜରାଟରେ ୬୧, ମଧ୍ୟପ୍ରଦେଶରେ ୩୧ ଜଣଙ୍କ ମୃତ୍ୟୁ ହୋଇଛି। ଓଡ଼ିଶାରେ ୧୫ ଜଣ ବ୍ଲାକ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟକୁ ୫୦ ଭାଏଲ୍ ଏମ୍ଫୋଟେରିସିନ-ବି ଇଞ୍ଜେକ୍ସନ୍ ଦେଇଛନ୍ତି କେନ୍ଦ୍ର ସରକାର।