ବାଲେଶ୍ୱରରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ୟଶ୍
![](https://www.odishalink.com/wp-content/uploads/2021/05/lll-624x430.jpg)
ଭୁବନେଶ୍ୱର: ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା ୟଶ୍। ଆସନ୍ତା ୨୬ ତାରିଖ ମଧ୍ୟାହ୍ନରେ ଲ୍ୟାଣ୍ଡଫଲ କରିବ ବାତ୍ୟା ୟଶ୍। ତେବେ ବାତ୍ୟା ୟଶ୍ ବାଲେଶ୍ୱର ପାଖରେ ଳ୍ୟାଣ୍ଡଫଲ୍ କରିବ ଏନେଇ ଭୁବନେଶ୍ଵର ପାଣିପାଗ କେନ୍ଦ୍ର ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ପକ୍ଷରୁ କୁହାଯାଇଛି। ପାରାଦୀପ ଏବଂ ସାଗର ଦ୍ୱୀପ ମଝିରେ ଲ୍ୟାଣ୍ଡଫଲ୍ କରିବ ବୋଲି ସୂଚନା ଦିଆଯାଇଛି।
ପାଣିପାଗ ବିଭାଗ ଅନୁଯାୟୀ, ୨୬ ତାରିଖ ମଧ୍ୟାହ୍ନରେ ବାତ୍ୟା ସ୍ଥଳଭାଗ ଛୁଇଁବ। ପାରାଦୀପ ଓ ସାଗର ଦ୍ଵୀପ ମଝିରେ ବାଲେଶ୍ଵର ପାଖାପାଖି ବାତ୍ୟା ଲ୍ୟାଣ୍ଡଫଲ୍ କରିବ। ଭୁବନେଶ୍ଵର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର. ବିଶ୍ଵାସ ଏହି ସୂଚନା ଦେଇଛନ୍ତି। ବାତ୍ୟା ୟାସ୍ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ଆସନ୍ତା ୧୨ ଘଣ୍ଟାରେ ଏହା ବଳ ଗୋଟାଇ ତୀବ୍ର ରୂପ ଧାରଣ କରିବ। ୨୬ ତାରିଖରେ ପାରାଦୀପ ଦେଇ ଉତ୍ତର ଓଡିଶା ପଟେ ସାମୁଦ୍ରିକ ଝଡ ଅତିକ୍ରମ କରିବ। ଅପରାହ୍ନରେ ବାଲେଶ୍ଵର ଜିଲ୍ଲା ପାଖାପାଖି ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା।
ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ୧୫୫ ରୁ ୧୬୫ କିମି ବେଗରେ ବହିପାରେ। ବେଳେ ବେଳେ ଝଟକା ଲାଗି ୧୮୫ କିମି ବେଗରେ ପବନ ବହିବ। ଏହି ସମୟରେ ଉପକୂଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହ ଜିଲ୍ଲାରେ ବ୍ୟାତାର ପ୍ରଭାବ ଅଧିକ ପଡିପାରେ। ବାତ୍ୟାର ପ୍ରକୋପକୁ ଦୃଷ୍ଟିରେ ରଖି ୨୭ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।