ବାତ୍ୟା ପୂର୍ବରୁ ପୁରୀରେ ଶହଶହ ମାଛ ମଡ଼କ

ପୁରୀ: ବାତ୍ୟା ୟଶ୍ ଧୀରେ ଧୀରେ ସ୍ଥଳଭାଗ ଛୁଇଁବାକୁ ଯାଉଛି। ବାତ୍ୟା ନେଇ ହାଇ ଆଲର୍ଟ ଜାରି କରାଯାଇ ଥିବା ସହ ବାତ୍ୟା ପ୍ରବଣ ଅଞ୍ଚଳରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବା ସହିତ ସବୁପ୍ରକାର ବାତ୍ୟା ମୁକାବିଲା ସମ୍ପର୍କିତ ପଦକ୍ଷେପ ଗ୍ରହଣ କରାଯାଉଛି। ଏହାରି ମଧ୍ୟରେ ପୁରୀ ପେଣ୍ଠକଟା ବେଳାଭୂମିରେ ମାଛ ମଡକ ଦେଖିବାକୁ ମିଳିଛି।
ବେଳାଭୂମିରେ ଶହଶହ ମାଛ ମରି ପଡିଥିବା ଆଜି ଦେଖିବାକୁ ମିଳିଛି। ତେବେ ଏହାକୁ ନେଇ ଉକ୍ତ ଅଞ୍ଚଳର ମତ୍ସଜୀବୀ ମାନେ ଚିନ୍ତା ପ୍ରକଟ କରିଥିବା ବେଳେ କେଉଁ କାରଣରୁ ଏବଂ କେଉଁ ପ୍ରଜାତିର ମାଛ ମରିଛନ୍ତି ସେ ନେଇ ତଦନ୍ତ ଆରମ୍ଭ କରିଛନ୍ତି ଜିଲ୍ଲାପାଳ।
ପରିବେଶବିତ୍ ଓ ସ୍ଥାନୀୟ ଲୋକଙ୍କ ମୁତାବକ, ଯେତେବେଳେ କୌଣସି ବାତ୍ୟା ଆସିବାର ସମ୍ଭାବନା ଥାଏ ସେତେବେଳେ ସମୁଦ୍ରରେ ହେଉଥିବା ଅସ୍ଥିରତାକୁ ଛୋଟ ଛୋଟ ମାଛ ମାନେ ଠିକ୍ ଭାବରେ ଅକ୍ସିଜେନ୍ ପାଇପାରନ୍ତି ନାହିଁ ତେଣୁ ସେମାନଙ୍କ ମୃତ୍ୟୁ ହୋଇଥାଏ। ବୋଧ ହୁଏ ଏହି କାରଣ ଯୋଗୁଁ ଏତେ ସଂଖ୍ୟାରେ ମାଛ ମରିଯାଇଛନ୍ତି।
ବେଳାଭୂମିରେ ଶହଶହ ସଂଖ୍ୟାରେ ମାଛ ମରିପଡିଥିବା ବେଳେ କିଛି ପାଣିରେ ଭାସୁଥିବା ଆଜି ଦେଖିବାକୁ ମିଳିଛି। ଏଥିସହ ସମ୍ଭାବ୍ୟ ବାତ୍ୟା କାରଣରୁ ମତ୍ସଜୀବୀଙ୍କୁ ସମୁଦ୍ରକୁ ମାଛ ମାରିବାକୁ ଯିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି।